ୱାରେଣ୍ଟିକୁ ଧରିବାକୁ ଯାଇ ପୁଲିସ ହଟହଟା

କଳାହାଣ୍ଡି (ବିକାଶ ଷଡ଼ଙ୍ଗୀ): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଞ୍ଚଳରେ ୱାରେଣ୍ଟିକୁ ଧରିବାକୁ ଯାଇଥିବା ବେଳେ ପୁଲିସକୁ ହଟହଟା ହେବାକୁ ପଡିଛି। ଅଭିଯୁକ୍ତ ୱାରେଣ୍ଟିର ପତ୍ନୀ ପୋଲିସ ଗାଡି ଉପରେ କିରୋସିନ ଢାଳି ଜାଳି ଦେବାକୁ ଉଦ୍ୟମ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛି। ମହିଳା ପୋଲିସ ଅଧିକାରୀଙ୍କୁ ମଧ୍ୟ ସେହି ମହିଳା ଆକ୍ରମଣ କରିଥିବା ପୁଲିସ ପାଲଟା ଅଭିଯୋଗ କରିଛି। ସୂଚନା ଅନୁଯାୟୀ କୋକସରା ଥାନା ବଡପଡା ଅଞ୍ଚଳର ଗଙ୍ଗାରାମ ଖମାରିଙ୍କ ନାଁରେ ପତ୍ନୀ ଫୁଲତୋଳା ଖମାରି କିଛି ମାସ ପୂର୍ବେ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ସେହି ମାମଲାରେ ଗଙ୍ଗାରାମ ହାଜିର ନ ହେବାରୁ ଅଭିଯୁକ୍ତଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିଲା। ଅଭିଯୁକ୍ତ ପୁଲିସକୁ ଧରାଛୁଆ ଦେଉ ନଥିବା ବେଳେ ଆଜି ଗଙ୍ଗାରାମ ଘରେ ଥିବା ଖବର ପାଇ ପୋଲିସ ଧରିବାକୁ ଯାଇଥିବା ବେଳେ ଅଭିଯୋଗ କରିଥିବା ପତ୍ନୀ ହିଁ ଏଭଳି ନାରକୀୟ କାଣ୍ଡ ଘଟାଇ ଥିବା ପୁଲିସ ସୂଚନା ଦେଇଛି।

ସେପଟେ ମହିଳା ଜଣକ ଏଭଳି ଅଭିଯୋଗକୁ ଖଣ୍ଡନ କରି ଆଇନ ଜାଲରେ ଛନ୍ଦି ପୁଲିସ ତାକୁ ଫସେଇବାକୁ ଉଦ୍ୟମ କରୁଛି ବୋଲି କହିଛନ୍ତି। ପୋଲିସ ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମହିଳା, ତାଙ୍କ ସ୍ଵାମୀ ଓ ମହିଳାଙ୍କ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.