ୱାରେଣ୍ଟି ଗିରଫ

ଗଡ଼ମଧୁପୁର : ଜେନାପୁର ଥାନା ଅନ୍ତର୍ଗତ ସାହାଣିଡିହ ପଂଚାୟତର ରାମଚନ୍ଦ୍ରପୁର ଗ୍ରାମରୁ ଜେନାପୁର ପୁଲିସ ଜଣେ ୱାରେଣ୍ଟିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ସେହି ଗ୍ରାମର ସୁବାସ ଚନ୍ଦ୍ର ଜଟ । ପୂର୍ବରୁ ତାଙ୍କର ନାମରେ ଥିବା ଜିଆର କେସ ନଂ ୧୬୮୫/୧୭ରେ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ୱାରେଣ୍ଡ ଜାରି କରିଥିଲେ ଯାହାକୁ ଭିତି କରି ଜେନାପୁର ପୁଲିସ ତାଙ୍କୁ ତାଙ୍କ ଘରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜେନାପୁର ଥାନାଧିକାରୀ ଆଶିସକୁମାର ସାହୁ ସୁଚନା ଦେଇଛନ୍ତି।

Comments are closed.