ବିଶେଷଜ୍ଞଙ୍କ ଚେତାବନୀ : ୧୦ ସପ୍ତାହ ଲକଡାଉନ ନ ରହିଲେ ଭାରତରେ ଭୟାଭୟ ହେବ କରୋନା ସ୍ଥିତି

ନୂଆଦିଲ୍ଲୀ : ଲକଡାଉନ ଭାରତରେ କରୋନା ସଂକ୍ରମଣ ରୋକିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଏହା ହଟିଗଲେ ଭୟଭୟ ପରିସ୍ଥିତି ସୃଷ୍ଟି ହେବ। ଭାରତରେ ଲକଡାଉନ ୧୦ ସପ୍ତାହ ରହିଲେ ଏହାର ସୁଫଳ ମିଳିବ ବୋଲି ବିଶେଷଜ୍ଞ ମତପ୍ରକାଶ କରିଛନ୍ତି । ଏକ ଅଗ୍ରଣୀ ମେଡିକାଲ ଜର୍ନାଲର ’ଲାଂଚେ’ର ମୁଖ୍ୟ ସମ୍ପାଦକ ରିଚାର୍ଡ ହାଁର୍ଟନ କହିଛନ୍ତି ଯେ ଭାରତରେ ଲକଡାଉନ ଯୋଗୁ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ତେଣୁ ଲକଡାଉନ ହଟାଇବା ପାଇଁ ତରବର ହେବାର ଆବଶ୍ୟକତା ନାହିଁ । ୧୦ ସପ୍ତାହ ଲକଡାଉନ ରହିଲେ କରୋନାକୁ ରୋକିବାରେ ଭାରତ ସଫଳ ହୋଇପାରିବ । ଯଦି ତରବରରେ ଲକଡାଉନ ହଟାଯାଏ କରୋନା ସ୍ଥିତି ଭାରତରେ ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏବଂ ପରିସ୍ଥିତି ଭୟାଭୟ ହେବ ବୋଲି ସେ ଆଶଙ୍କା କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଭାରତରେ ୫ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଲକଡାଉନ ଘୋଷଣା କରାଯାଇଛି। ୪ ସପ୍ତାହ ପରେ କଟକଣା କିଛିଟା କୋହଳ ହୋଇଥିବା ବେଳେ ମଇ ୩ ତାରିଖ ପରେ ଲକଡାଉନ ସମାପ୍ତ ହେବାକୁ ଯାଉଛି । ପରସ୍ଥିତିକୁ ଦେଖି ଲକଡାଉନ ବଢ଼ାଯିବ କି ନାହିଁ ନିଷ୍ପତି ନିଆଯାଇପାରେ ବୋଲି କୁହାଯାଇଛି ।

Comments are closed.