ଝିଅ ସହ ବଲିଉଡ୍‌ ଗୀତରେ ନାଚିଲେ ୱାର୍ଣ୍ଣର

ମେଲବୋର୍ଣ୍ଣ: କରୋନା ମହାମାରୀରୁ ବର୍ତ୍ତିବା ଲାଗି ସାରା ବିଶ୍ବ ଏବେ ଲକ୍‌ଡାଉନ୍‌କୁ ଆପଣାଇଛି। ଲକ୍‌ଡାଉନ୍ ସମୟରେ ଘରେ ବନ୍ଦୀ ଜୀବନ ବିତାଉଥିବା ଖେଳାଳିମାନେ ସମୟ ଅତିବାହିତ କରିବା ନେଇ ଅନେକ କିଛି କୌତୁହଳପୂର୍ଣ୍ଣ କାମ କରୁଛନ୍ତି। କିଏ ରୋଷେଇରେ ପତ୍ନୀଙ୍କୁ ସହଯୋଗ କରୁଛି ଆଉ କିଏ ଝିଅ ସହିତ ଖେଳି ସମୟ ବିତାଉଛି। ଭାରତ ଭଳି ଅଷ୍ଟ୍ରେଲିଆରେ ମଧ୍ୟ ଲକ୍‌ଡାଉନ୍‌ ଚାଲିଛି। ଏହି କାରଣରୁ ଖେଳାଳିମାନେ ଘରେ ପରିବାର ସହିତ ସମୟ କାଟୁଛନ୍ତି ।ଏସବୁ ଭିତରେ ଅଷ୍ଟ୍ରେଲିଆର ଓପନର ଡେଭିଡ୍‌ ୱାର୍ଣ୍ଣରଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ ୱାର୍ଣ୍ଣର ତାଙ୍କର ଝିଅ ଇଣ୍ଡିଙ୍କ ସହିତ ବଲିଉଡ୍‌ର ସୁପରହିଟ୍‌ ଗୀତ ଶୀଲାକି ଜୱାନୀ ଟ୍ରାକ୍‌ରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଇଣ୍ଡି ଭାରତୀୟଙ୍କ ଭଳି ପାରମ୍ପରିକ ପୋଷାକ ପିନ୍ଧିଛନ୍ତି। ୱାର୍ଣ୍ଣର ଏହି ଭିଡ଼ିଓ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ, ଇଣ୍ଡି ଆପଣମାନଙ୍କ ପାଇଁ କିଛି କରିବାକୁ କହିଲା, ତେଣୁ ଏହି ପଦକ୍ଷେପ ନେଲି ବୋଲି ଉଲ୍ଲେଖ ରହିଛି।

Comments are closed.