ପରଦାରେ ହ୍ରିତିକ୍‍-ଟାଇଗର୍‍ଙ୍କ ‘ୱାର୍‍’

ମୁମ୍ବଇ : ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନ ଓ ଟାଇଗର୍‍ ଶ୍ରଫ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’ ଗାନ୍ଧୀ ଜୟନ୍ତୀ ଅବସରରେ ବୁଧବାର ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରକୁ ଭଲ ପ୍ରତିକ୍ରିୟା ମିଳୁଛି। ଦର୍ଶକଙ୍କ ସମେତ ସେଲିବ୍ରିଟିମାନେ ମଧ୍ୟ ଏହାର ଖୁବ୍‍ ପ୍ରଶଂସା କରୁଛନ୍ତି। ହ୍ରିତିକ୍‍ଙ୍କ ଅଭିନୟ ଉଚ୍ଚ କୋଟିର ଓ ଟାଇଗର୍‍ଙ୍କ ଅଭିୟନ ମଧ୍ୟ ହୃଦୟକୁ ଛୁଇଁଥିବା ଲୋକେ କହିଛନ୍ତି। ବାଣୀ କପୁର ଏଥିରେ ନାୟିକା ଭାବେ ଅଭିନୟ କରିଛନ୍ତି। ମାତ୍ର ଚଳଚ୍ଚିତ୍ରରେ ତାଙ୍କର ଏତେ ଖାସ୍‍ ଭୂମିକା ଦେଖିବାକୁ ମିଳିନାହିଁ। ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେଇଛନ୍ତି। ଚଳଚ୍ଚିତ୍ରରେ ଭରପୁର ଆକ୍ସନ ଦେଖିବାକୁ ମିଳିଛି।

Comments are closed.