ଭାରତର କୌଣସି ଆଇନ ଉଲ୍ଲଙ୍ଘନ କରି ନାହିଁ: ଜାକିର ନାଇକ

0

କାନଗର(ମାଲେସିଆ) : ଭାରତରେ ଥିବା ସମୟରେ ଭାରତର କୌଣସି ଆଇନକୁ ସେ ଉଲ୍ଲଙ୍ଘନ କରି ନାହାନ୍ତି ବୋଲି ବିବାଦୀୟ ଇସଲାମିକ ପ୍ରବକ୍ତା ଜାକିର ନାଇକ କହିଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ଲାଗି ଉସୁକାଇବା ପୂର୍ବକ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ଅଭିଯୁକ୍ତ ଜାକିର ଏବେ ମାଲେସିଆରେ ବାସ କରୁଛନ୍ତି। ମାଲେସିଆ ସରକାର ତାଙ୍କୁ ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରିଛନ୍ତି। ତେବେ ଭାରତ ସରକାର ତାଙ୍କ ବିରୋଧରେ ବିଭିନ୍ନ ମାମଲା ଚଳାଇବା ସହ ଗିରଫ ପରୱାନା ଜାରି କରିଛନ୍ତି। ଜାକିରଙ୍କୁ ପ୍ରତ୍ୟର୍ପଣ ଲାଗି ଭାରତ ସରକାର ମାଲେସିଆକୁ ନିବେଦନ କରିଥିବାବେଳେ ଏହାକୁ ଅଗ୍ରାହ୍ୟ କରିଦିଆଯାଇଛି। ଜୁଲାଇରେ ମାଲେସିଆ ସରକାର କହିଥିଲେ ଯେ ଜାକିର ମାଲେସିଆରେ କୌଣସି ସମସ୍ୟା ସୃଷ୍ଟି କରୁ ନାହାନ୍ତି;ତେଣୁ ତାଙ୍କୁ ପ୍ରତ୍ୟର୍ପଣ କରାଯିବ ନାହିଁ।

Leave A Reply