‘ଏକତା ପ୍ରତିମୂର୍ତ୍ତି’ ସହିତ ଏକତାର ପ୍ରାଚୀର ଓ ‘ଭ୍ୟାଲି ଅଫ ଫ୍ଳାୱାର୍ସ’ ଉଦଘାଟନ କଲେ ମୋଦୀ

0

ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗୁଜରାଟର କେଭାଡିଆଠାରେ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ’ଷ୍ଟାଚ୍ୟୁ ଅଫ ୟୁନିଟି’ ବା ‘ଏକତା ପ୍ରତିମୂର୍ତ୍ତି’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।

ଏହାପରେ ସେ ଏକତାର ପ୍ରାଚୀର ବା ‘ୱାଲ ଅଫ ୟୁନିଟି’କୁ ଉଦଘାଟନ କରିଛନ୍ତି । ସାରା ଦେଶରୁ ସଂଗ୍ରହ କରାଯାଇଥିବା ମାଟିରେ ଏହି ପ୍ରାଚୀର ନିର୍ମାଣ କରାଯାଇଛି। ପରେ ଏକତା ପ୍ରତିମୂର୍ତ୍ତିଙ୍କ ଚରଣରେ, ପ୍ରଧାନମନ୍ତ୍ରୀ ଏକ ବିଶେଷ ପ୍ରାର୍ଥନା କରିଥିଲେ।  ସେ ସଂଗ୍ରହାଳୟ ଓ ପ୍ରଦର୍ଶନୀ, ଏବଂ ଦର୍ଶକ ଗାଲେରୀ ମଧ୍ୟ ପରିଦର୍ଶନ କରିଛନ୍ତି । ଏହି  ଗାଲେରୀ  ୧୫୩ ମିଟର ଉଚ୍ଚତାରେ ଅବସ୍ଥିତ । ଏଠାରେ ଏକ ସମୟରେ ୨୦୦ ଜଣ ଦର୍ଶକ ପରିଦର୍ଶନ କରିପାରିବେ । ଏଠାରେ ସର୍ଦ୍ଦାର ସରୋବର ଡ୍ୟାମ, ଏହାର ଜଳାଶୟ, ଏବଂ ସତପୁରା ଏବଂ ବିନ୍ଧ୍ୟ ପର୍ବତମାଳାର ଦୃଶ୍ୟ ଅତି ମନୋରମ।

ମୂର୍ତ୍ତି ଉନ୍ମୋଚନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ନର୍ମଦା କୂଳରେ ଅବସ୍ଥିତ କେବଡିଆ ପହଞ୍ଚି ଥିଲେ । ଏଠାରେ ସେ ଭ୍ୟାଲି ଅଫ ଫ୍ଳାୱାର୍ସ ଉଦଘାଟନ କରିଥିଲେ । ବିଶ୍ୱର ବିଶାଳ ମୂର୍ତ୍ତିକୁ ଦେଖି ମୋଦୀ ଭାବୁକ ହୋଇ ଯାଇଥିଲେ ।

Leave A Reply