ଚାଲିବା ଶୈଳୀରୁ ଜାଣନ୍ତୁ ବ୍ୟକ୍ତିତ୍ୱ

0

ଅଧିକାଂଶ ଲୋକଙ୍କୁ ଲାଗିଥାଏ ଯେ, କୌଣସି ବ୍ୟକ୍ତିଙ୍କ ପୋଷାକ ପିନ୍ଧିବାର ଶୈଳୀ ଓ କଥାବାର୍ତ୍ତାରୁ ତାଙ୍କ ସ୍ୱଭାବ ବିଷୟରେ ଜାଣିହୁଏ। ହେଲେ ଏକଥା ଖୁବ୍‍ କମ୍‍ ଲୋକ ହିଁ ଜାଣିଥାଆନ୍ତି ଯେ ବ୍ୟକ୍ତିଙ୍କ ଚାଲିବା ଶୈଳୀ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ବହୁତ କିଛି ଦର୍ଶାଇ ଥାଏ। ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ଚାଲିବାର ଶୈଳୀ ଆପଣଙ୍କ ବିଷୟରେ କ’ଣ କହୁଛି –
ଶୀଘ୍ର ଚାଲିବା :
ଯେଉଁ ଲୋକମାନେ ଶୀଘ୍ର ଶୀଘ୍ର ଚାଲନ୍ତି ସେମାନେ ବହୁତ ତେଜସ୍ୱୀ ଓ କର୍ମତତ୍ପର ହୋଇଥାଆନ୍ତି। ସେମାନେ ଦୃଢ ଆତ୍ମବିଶ୍ୱାସୀ ହେବା ସହ ବହୁତ ସାହସୀ ହୋଇଥାଆନ୍ତି। ସେମାନେ ଆଶା କରିଥାଆନ୍ତି ଅନ୍ୟ ମାନେ ମଧ୍ୟ ତାଙ୍କ ସହ ଶୀଘ୍ର ଶୀଘ୍ର ଚାଲନ୍ତୁ।
ଧିରେ ଚାଲିବା :
ଯେଉଁ ଲୋକମାନଙ୍କୁ ଜୀବନରେ କୌଣସି ଚିନ୍ତା ନଥାଏ ସେମାନେ ଧିରେ ଧିରେ ଚାଲିଥାଆନ୍ତି। ଏମାନେ ସ୍ୱଭାବରେ ବହୁତ ଶାନ୍ତ ହୋଇଥାଆନ୍ତି।
ପାଦ ଘୋଷାଡ଼ି ଚାଲିବା :
ଯେଉଁ ଲୋକମାନେ ପାଦ ଘୋଷାଡ଼ି ଚାଲନ୍ତି, ସେମାନଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଥାଏ। ଏମାନେ ସ୍ୱଭାବତଃ ବହୁତ ଉତ୍ସାହିତ ରହିଥାଆନ୍ତି ଓ କୌଣସି କଥାରେ ଶୀଘ୍ର ନିରାଶ ହୋଇ ଯାଆନ୍ତି।
ଚୁପ୍‍ଚାପ୍‍ ଚାଲିବା :
ଯେଉଁ ଲୋକମାନେ ଡ଼ରି ଡ଼ରି ଚୁପ୍‍ଚାପ୍‍ ଚାଲନ୍ତି ସେମାନେ ସ୍ୱଭାବରେ ବହୁତ ଲାଜକୁଳା ହୋଇଥାଆନ୍ତି। ଏହି ଲୋକ ମାନଙ୍କ ଠାରେ ଆତ୍ମସମ୍ମାନର ଅଭାବ ରହିଥାଏ। ଆତ୍ମବିଶ୍ୱାସୀ ଦେଖାଯିବା ପାଇଁ ଚୁପ୍‍ଚାପ୍‍ ଚାଲୁଥିବା ଲୋକମାନଙ୍କୁ ପ୍ରାୟତଃ ଶୀଘ୍ର ଚାଲିବା ପାଇଁ ପରାମର୍ଶ ଦିଆ ଯାଇଥାଏ।
ଚାଲିବା ଶୈଳୀରୁ କେବଳ ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ଜଣା ପଡ଼ି ନଥାଏ ବରଂ ଆପଣଙ୍କ ଚାଲିବା ଶୈଳୀ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ବହୁତ କିଛି ଦର୍ଶାଇ ଥାଏ।

Leave A Reply