ଶୀତଦିନେ ଶୀଘ୍ର ଶଯ୍ୟା ତ୍ୟାଗ କରନ୍ତୁ: ସୁସ୍ଥ ରହିବ ଦେହ ଓ ମନ

ସାଧାରଣତଃ ଶୀତଦିନେ ଅଧିକ ଅଳସୁଆ ଲାଗେ ଏବଂ ବିଛଣା ଛାଡ଼ିବାକୁ ଇଚ୍ଛା ହୁଏନାହିଁ। ତେଣୁ ଲୋକେ ବିଳମ୍ବ ଯାଏ ଶୋଇ ଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ଶୀତଦିନେ ସକାଳୁ ଶୀଘ୍ର ଉଠିବା ଦ୍ୱାରା ଉଭୟ ଦେହ ଓ ମନ ସୁସ୍ଥ ରହିଥାଏ। ଶୀତଦିନେ ସକାଳୁ ଶୀଘ୍ର ଶଯ୍ୟା ତ୍ୟାଗ କରିବା ଦ୍ବାରା ଶରୀରର ଅନେକ ରୋଗ ଦୂର ହେବା ସହ ଆହୁରି ଅନେକ ଉପକାର ମଧ୍ୟ ମିଳିଥାଏ।

ଶୀତଦିନେ ସାଧାରଣତଃ ପରିବେଶ ଥଣ୍ଡା ରହିଥିବାରୁ ମେଟାବୋଲିକ୍‌ ପ୍ରକ୍ରିୟା ଧୀମା ହୋଇଥାଏ। ତେଣୁ ଶରୀରର ତାପମାତ୍ରା ବୃଦ୍ଧି ପାଇଁ ସକାଳୁ ଉଠି କିଛି ବ୍ୟାୟାମ କଲେ ମେଟାବୋଲିକ୍‌ ପ୍ରକ୍ରିୟା ସ୍ବାଭାବିକ ହୋଇଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାଆନ୍ତି। ଶୀତଦିନେ ହାପିନେସ୍‌ ହରମୋନ୍‌ ଡୋପାମାଇନ୍‌, ଅକ୍ସିଟୋସିନ୍‌, ସେରାଟୋନିନ୍‌ ଏବଂ ଏଣ୍ଡ୍ରୋଫିନ୍‌ ଆଦିର କ୍ଷରଣ ତାପମାତ୍ରା କମିବା ଯୋଗୁଁ ବାଧାପ୍ରାପ୍ତ ହୋଇଥାଏ। ଫଳରେ ମନ ବିସାଦଗ୍ରସ୍ତ ହୋଇଥାଏ। ମାତ୍ର ଏଥିରୁ ଦୂରେଇ ରହିବା ପାଇଁ କିଛି ସମୟ ବ୍ୟାୟାମ କଲେ ଏସବୁ ହରମୋନ୍‌ କ୍ଷରଣ ସ୍ବାଭାବିକ ହୋଇଥାଏ। ଫଳରେ ମନ ଶାନ୍ତ ରହିବା ସହ ଶରୀରର ନାନାଦି ସମସ୍ୟା ଦୂର ହୋଇଥାଏ।

Comments are closed.