ଟିକା ନେଇସାରି ଅଧଘଣ୍ଟାଏ ବସ

କୋଭିଡ କାର୍ଯ୍ୟାନ୍ୱୟନ ଦଳର ମୁଖ୍ୟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଟିକାକରଣ ପରବର୍ତ୍ତୀ ସମୟରେ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମାରାତ୍ମକ ଆଲର୍ଜିକ ପ୍ରତିକ୍ରିୟାରେ ମୃତ୍ୟୁ ଘଟିଛି। ମାର୍ଚ୍ଚ ୮ ତାରିଖ ଦିନ ସେ କୋଭିଡ ଟିକା ନେଇଥିଲେ। ତାଙ୍କ ମୃତ୍ୟୁକୁ କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି। ସେଥିପାଇଁ ଜନସାଧାରଣ କୋଭିଡ ଟିକା ନେବାପରେ ଟିକାକରଣ କେନ୍ଦ୍ରରେ ୩୦ ମିନିଟ ପର୍ଯ୍ୟନ୍ତ ବସିରହି ସେମାନଙ୍କ ଶରୀରରେ କିଛି ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ପାଉଛି କି ନାହିଁ ତାହା ନିରୀକ୍ଷଣ କରିବା ଆବଶ୍ୟକ ବୋଲି ଟିକାକରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ଅଧୀନସ୍ଥ କୋଭିଡ କାର୍ଯ୍ୟାନ୍ୱୟନ ଦଳର ଅଧ୍ୟକ୍ଷ ଡା. ଏନ କେ ଆରୋରା କହିଛନ୍ତି। ସେ କହିଛନ୍ତି ଯେ କୋଭିଡ ଟିକା ନେବାଜନିତ ଯାହାକିଛି ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ପାଇବା କଥା ତାହା ଟିକାକରଣର ଅଧଘଣ୍ଟାଏ ମଧ୍ୟରେ ପରିଲକ୍ଷିତ ହୋଇଥାଏ। ତେଣୁ ଜନସାଧାରଣ ଟିକା ନେବାପରେ ଉକ୍ତ ଟିକାକରଣ କେନ୍ଦ୍ରରେ ଅଧଘଣ୍ଟାଏ ବସିରହିବା ଜରୁରୀ। ଯଦି ସେହି ସମୟରେ ଟିକା ନେଇଥିବା ଲୋକଙ୍କ ଠାରେ କିଛି ପ୍ରତିକ୍ରିୟା ଦେଖିବାକୁ ମିଳେ, ତେବେ ତାଙ୍କର ତୁରନ୍ତ ଚିକିତ୍ସା କରାଯାଇପାରିବ।

Comments are closed.