ବ୍ୟାପମ ଦୁର୍ନୀତି : ସିବିଆଇ ପକ୍ଷରୁ ୩୧ ଦୋଷୀଙ୍କ ବିରୁଦ୍ଧରେ ଦଣ୍ଡ ଘୋଷଣା

ଜଣଙ୍କୁ ୧୦ ବର୍ଷ ଏବଂ ଅନ୍ୟ ୩୦ଜଣଙ୍କୁ ୭ ବର୍ଷ ଲେଖାଁଏ କରାଦଣ୍ଡାଦେଶ

ଭୋପାଳ : ୨୦୧୩ରେ ମଧ୍ୟପ୍ରଦେଶରେ ପୁଲିସ କନେଷ୍ଟବଲ ନିଯୁକ୍ତିରେ ହୋଇଥିବା ବ୍ୟାପମ ଦୁର୍ନୀତି ମାମଲାରେ ସୋମବାର ସିବିଆଇ କୋର୍ଟ ଦୋଷୀମାନଙ୍କ ବିରୁଦ୍ଧରେ ଦଣ୍ଡ ଘୋଷଣା କରିଛନ୍ତି । ଜଣେ ଦୋଷୀକୁ ୧୦ ବର୍ଷ ଏବଂ ଅନ୍ୟ ୩୦ଜଣଙ୍କୁ ୭ ବର୍ଷ ଲେଖାଁଏ କରାଦଣ୍ଡାଦେଶ ଶୁଣାଇଛନ୍ତି । ଏହି ୩୧ ଜଣ ଅଭିଯୁକ୍ତଙ୍କୁ ଅଦାଲତ ନଭେମ୍ବର ୨୧ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ।
ସିବିଆଇ ପକ୍ଷରୁ ଏହି ୩୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଏହି ମାମଲାରେ ୨୦୧୪ରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ସମସ୍ତ ଅଭିଯୁକ୍ତ ଜାମିନରେ ଥିଲେ। ରାୟ ଆସିବା ପରେ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଛି। ୨୦୧୩ରେ ପୁଲିସ କନେଷ୍ଟବଲ ନିଯୁକ୍ତିରେ ସାମିଲ ଆବେଦନକାରୀ, ଦଲାଲ, ଏବଂ ଆବେଦନକାରୀଙ୍କ ସ୍ଥାନରେ ପରୀକ୍ଷା ଦେଇଥିବା ସମସ୍ତଙ୍କୁ କୋର୍ଟ ଦୋଷୀ ବିବେଚନା କରିଥିଲେ।

Comments are closed.