ବିଫଳତାକୁ ଏଡାଇବା ପାଇଁ ଭିଭିପାଟ୍‍ରେ ପରିବର୍ତ୍ତନ ଆଣିଲେ ଇସି

0

ନୂଆଦିଲ୍ଲୀ : ଭୋଟର ଭେରିଫାଏବୁଲ ପେପର ଅଡିଟ୍‍ ଟ୍ରେଲ୍‍ (ଭିଭିପାଟ) ମେସିନରେ ବେଳେ ବେଳେ ଦେଖାଯାଇଥିବା ଯାନ୍ତ୍ରିକ ସମସ୍ୟାକୁ ଏଡାଇବା ପାଇଁ ନିର୍ବାଚନ ଆୟୋଗ (ଇସି) ଏଥିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ପି ରାୱତଙ୍କ ସୂଚନା ଅନୁଯାୟୀ ଯାନ୍ତ୍ରିକ ସମସ୍ୟା କାରଣରୁ ଭିଭିପାଟ୍‍ ଅନେକ ସମୟରେ ଅଚଳ ହୋଇପଡିଥାଏ। ନିକଟରେ ୪ଟି ଲୋକସଭା ଓ ୧୦ଟି ବିଧାନସଭା ଉପନିର୍ବାଚନରେ ଏହି ବିଫଳତା ଦେଖିବାକୁ ମିଳିଥିଲା। ଏହି ବିଫଳତାର କାରଣକୁ ବୈଷୟିକ ବିଶେଷଜ୍ଞମାନେ ଠାବ କରିବା ପରେ ଏଥିରେ କେତେକ ପରିବର୍ତ୍ତନ ଆଣିଛନ୍ତି। ଭିଭିପାଟ୍‍ର କନଟ୍ରାଷ୍ଟ ସେନସରରେ ଆଲୋକ ପଡିବା କାରଣରୁ ଏହାର ଅଚଳ ହୋଇଥାଏ। ତେଣୁ କନଟ୍ରାଷ୍ଟ ସେନସର ଉପରେ ଏକ ଛୋଟ ହୁଡ୍‍ ଇନଷ୍ଟଲ କରାଯାଇଛି। ଯଦ୍ଦ୍ୱାରା ଭିଭିପାଟକୁ ଆଲୋକ ନିକଟରେ ରଖିଲେ କୌଣସି ପ୍ରଭାବ ପଡିବ ନାହିଁ।

Leave A Reply