ବୁର୍ଲା ଭିଏସଏସୟୁଟି ରାଗିଂ ଘଟଣା : ବର୍ଷେ ପାଇଁ ପରୀକ୍ଷାରୁ ବାଦ୍ ପଡ଼ିଲେ ୧୦ଛାତ୍ର

ବୁର୍ଲା : ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିଏସଏସୟୁଟି) ରାଗିଂ ଘଟଣାରେ ୧୦ଜଣ ଛାତ୍ର ବର୍ଷେ ପାଇଁ ପରୀକ୍ଷାରୁ ବାଦ୍ ପଡ଼ିଛନ୍ତି। ସେହିଭଳି ୫୨ ଜଣ ଛାତ୍ର ୨ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାପାଇଁ ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ଓ ଆଣ୍ଟିଂ ରାଗିଂ କମିଟି ପକ୍ଷରୁ ଗୁରୁବାର ଏହି କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯାଇଛି।
ଭିଏସ୍ଏସୟୁଟିର କରତୁ ଛାତ୍ରାବାସରେ ୫୦ରୁ ଅଧିକ ନବାଗତ ଛାତ୍ରଙ୍କୁ ସିନିଅର ଛାତ୍ରମାନେ ରାଗିଂ କରିଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ କୁଳପତି ପ୍ରଫେସର ଅଟଳ ଚେଧୁରୀ, କୁଳସଚିବ ଉପମା କାଲୋ ଓ ବିଶ୍ୱବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ଛାତ୍ରାବାସକୁ ଯାଇ ଘଟଣାର ତଦନ୍ତ କରିଥିଲେ।

Comments are closed.