ପ୍ରକାଶ ପାଇଲା ଭିସୁଟ୍ ଅନ୍‌ଲାଇନ୍‌ ପରୀକ୍ଷାଫଳ

ବୁର୍ଲା:ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌), ବୁର୍ଲା, ସମ୍ବଲପୁରର ବି. ଟେକ୍‌ ଓ ବି. ଆର୍କ ଶେଷ ସେମିଷ୍ଟର ପରୀକ୍ଷାର ଅନ୍‌ଲାଇନ୍‌ ଫଳାଫଳ ଆଜି ଘୋଷିତ ହୋଇଛି । ସ୍ନାତକ ଓ ସ୍ନାତକୋତ୍ତର ଶେଷ ସେମିଷ୍ଟରଗୁଡ଼ିକର ଫଳାଫଳ ଅନ୍‌ଲାଇନ୍‌ ବ୍ୟବସ୍ଥାରେ ରେକର୍ଡ ସମୟ ମଧ୍ୟରେ ଘୋଷଣା କରିବାରେ ଏହି ସରକାରୀ ବିଶ୍ୱବିଦ୍ୟାଳୟ ରାଜ୍ୟରେ ପ୍ରଥମ । ବି. ଟେକ୍‌ ଓ ବି. ଆର୍କରେ ୯୮ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଶେଷ ଅନ୍‌ଲାଇନ୍‌ ପରୀକ୍ଷାରେ ଅବତ୍ତୀର୍ଣ୍ଣ ହୋଇଥିଲେ ଏବଂ ସେମାନେ ସ୍ନାତକ ଶିକ୍ଷା ଶେଷ କରିବାରେ ସମର୍ଥ ହୋଇଛନ୍ତି ।
ବିଶ୍ୱବିଦ୍ୟାଳୟର ଏମ୍‌. ଟେକ୍‌, ଏମ୍‌. ଏସ୍‌ସି ଓ ସମନ୍ୱିତ ଏମ୍‌. ଏସ୍‌ସି ଛାତ୍ରଛାତ୍ରୀମାନଙ୍କ ପ୍ରକଳ୍ପ ପତ୍ରଗୁଡ଼ିକର ମୂଲ୍ୟାୟନ ଜାରି ରହିଥିବାବେଳେ ଖୁବ୍‌ ଶୀଘ୍ର ସେମାନଙ୍କର ପରୀକ୍ଷା ଫଳ ମଧ୍ୟ ଘୋଷିତ ହେବ ।

Comments are closed.