ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ ହେବେ ବାୟୁ ସେନାର ମୁଖ୍ୟ

ନୂଆଦିଲ୍ଲୀ: ବାୟୁ ସେନା ମୁଖ୍ୟ ଭାବେ ନିଯୁକ୍ତି ହେବେ ଏୟାର ମାର୍ଶାଲ ଭି.ଆର.ଚୌଧୁରୀ। ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ ବର୍ତ୍ତମାନ ବାୟୁ ସେନା ଉପମୁଖ୍ୟ ଅଛନ୍ତି। ଏଆର ମାର୍ଶାଲ ଭଦୌରିଆ ଆସନ୍ତା ୩୦ରେ ଅବସର ନେବେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ବାୟୁ ସେନାର ମଙ୍ଗ ଧରିବେ ଏୟାର୍ ମାର୍ଶାଲ ବିବେକ ରାମ ଚୌଧୁରୀ। ଅର୍ଥାତ ବାୟୁ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତି ପାଇବେ। ଆଜି ତାଙ୍କ ନିଯୁକ୍ତି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏବେ ସେ ବାୟୁ ସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଦେଶର ବାୟୁସେନା ମୁଖ୍ୟ ଥିବା ଆରକେଏସ୍‌ ଭଦୌରିଆ ସେପ୍ଟେମ୍ବର ୩୦ରୁ ଅବସର ଗ୍ରହଣ କରିବେ। ବାୟୁସେନାର ସବୁଠୁ ଦକ୍ଷ ପାଇଲଟ ଭାବରେ ବିବେକ ରାମ ଚୌଧୁରୀ ଖ୍ୟାତି ଅର୍ଜନ କରିଛନ୍ତି।

୧୯୮୨ ଡିସେମ୍ବର ୨୯ରେ ବାୟୁସେନାର ଯୁଦ୍ଧବିମାନରେ ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବିଭିନ୍ନ ପ୍ରକାର ଯୁଦ୍ଧ ବିମାନ ଏବଂ ଟ୍ରେନର ଏୟାର କ୍ରାଫ୍ଟ ଉଡ଼ାଇବାରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି। ଏହାସହିତ ଘଣ୍ଟାକୁ ୩,୮୦୦ କିମି ବେଗରେ ଯୁଦ୍ଧ ବିମାନ ଉଡ଼ାଇବାରେ ଚୌଧୁରୀଙ୍କ ରେକର୍ଡ଼ ରହିଛି। ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ଏବଂ ଡିଫେନ୍ସ ସର୍ଭିସ ଷ୍ଟାଫ୍‌ କଲେଜ ୱେଲିଙ୍ଗଟନ୍‌ର ସେ ହେଉଛନ୍ତି ପୁରାତନ ଛାତ୍ର। ସେହିପରି ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ପକ୍ଷରୁ ଏୟାର ଅଫିସର ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି।

 

Comments are closed.