ଯୁବ ସମାଜ ସ୍ୱାମିଜୀଙ୍କ ପଦାଙ୍କ ଅନୁସରଣ କରନ୍ତୁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସରେ ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡ଼ୁ କହିଛନ୍ତି ଯେ, ଏହି ଦିବସକୁ ରାଷ୍ଟ୍ରୀୟ ଯୁବା ଦିବସ ରୂପେ ପାଳନ କରାଯାଉଛି। ଯୁବ ସମାଜ ସ୍ୱାମିଜୀଙ୍କ ବାଗ୍ମୀୟତାର ଅଧ୍ୟୟନ କରୁ। ଜୀବନରେ ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ। ରାଷ୍ଟ୍ରୀୟ ଜୀବନରେ ନିଜକୁ ସାର୍ଥକ ବନାନ୍ତୁ ବୋଲି ଉପରାଷ୍ଟ୍ରପତି କହିଛନ୍ତି।


ଶ୍ରୀ ନାଇଡ଼ୁ କହିଛନ୍ତି ଯେ, ପୂର୍ଣ୍ଣ ରୂପରେ ନିସ୍ୱାର୍ଥପର ବ୍ୟକ୍ତି ହିଁ ସବୁଠୁ ସଫଳ ବ୍ୟକ୍ତି ହୋଇଥାଏ। ଭାରତର ସନାତନ ଆଧ୍ୟାତ୍ମିକ ପରମ୍ପରାର ନବ ପ୍ରବର୍ତକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରର ଏହି କ୍ରାନ୍ତୀକାରୀ ଆଧ୍ୟାତ୍ମିକ ଗୁରୁଙ୍କୁ ମୋର ସାଦର ପ୍ରଣାମ।

Comments are closed.