ବାପୁ ନାଦକର୍ଣ୍ଣିଙ୍କ ବିୟୋଗରେ ଉପରାଷ୍ଟ୍ରପତିଙ୍କ ଶୋକ

ମୁମ୍ବଇ : ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଲ୍‍ରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କ ବିୟୋଗରେ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ ଶୋକ ପ୍ରକାଶ କରିଛନ୍ତି । ଉପରାଷ୍ଟ୍ରପତି ଟ୍ବିଟ  କରି କହିଛନ୍ତି, ଏହି କିମ୍ବଦନ୍ତୀ କ୍ରିକେଟର ଚେନ୍ନଇଠାରେ ଇଂଲଣ୍ଡ ବିପକ୍ଷରେ ଲଗାତାର ୨୧ ମେଡେନ୍‍ ଓଭର ବୋଲିଂ ପାଇଁ ସଦାସର୍ବଦା ମନେ ରହିବେ ।

ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ମୁମ୍ବଇଠାରେ ବାପୁ ନାଦକର୍ଣ୍ଣିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଗୋଟିଏ ଟେଷ୍ଟ ମ୍ୟାଚରେ ୨୧ଟି ମେଡେନ୍‍ ଓଭର କରିବାର ବିରଳ ରେକର୍ଡ ପାଇଁ ସେ ଦେଶରେ ପରିଚିତ ତଥା ଲୋକପ୍ରିୟ ଥିଲେ । ଜଣେ ବାମହାତୀ ବ୍ୟାଟସ ମ୍ୟାନ୍‍ ଏବଂ ବାମହାତୀ ବୋଲର ଭାବେ ସେ ସୁନାମ
ଅର୍ଜନ କରିଥିଲେ । ନାଦକର୍ଣ୍ଣି ମୋଟ ୪୧ଟି ଟେଷ୍ଟ ମ୍ୟାଚ୍‍ ଖେଳି ୧୪୧୪ରନ୍‍ ସ୍କୋର କରିଥିଲେ ଏବଂ ୮୮ଟି ୱିକେଟ୍‍ ହାସଲ କରିଥିଲେ। ୪୩ରନରେ ୬ଟି ୱିକେଟ୍‍ ନେବା ତାଙ୍କ ଜୀବନର ଶ୍ରେଷ୍ଠ ସଫଳତା ଥିଲା।

ବାପୁ ନାଦକର୍ଣ୍ଣି ମୁମ୍ବଇ ପକ୍ଷରୁ ୧୯୧ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୫୦୦ଟି ୱିକେଟ ନେବା ସହିତ ୮୮୮୦ରନ କରିଥିଲେ। ନାସିକରେ ଜନ୍ମିତ ନାଦକର୍ଣ୍ଣି ୧୯୫୫ରେ ଦିଲ୍ଲୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସେହି ନ୍ୟୁଜିଲାଣ୍ଡ ବିପକ୍ଷରେ ୧୯୬୮ରେ ସେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ।

Comments are closed.