ରାଣୀ ଲକ୍ଷ୍ମୀବାଈ ଓ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟାନାଇଡୁ ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟ୍ୱିଟ୍‍ କରି ସେ କହିଛନ୍ତି ରାଷ୍ଟ୍ର ନିର୍ମାଣରେ ଯୋଗଦାନ ନିମନ୍ତେ ତାଙ୍କୁ ସବୁବେଳେ ସ୍ମରଣ କରାଯିବ।


ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ଆଜି ମହାନ ଯୋଦ୍ଧା ରାଣୀ ଲକ୍ଷ୍ମୀବାଈଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧା ସୁମନ ଅର୍ପଣ କରି କହିଛନ୍ତି ରାଣୀ ଲକ୍ଷ୍ମୀବାଈ ନିର୍ଭୀକ ଏବଂ ଦୃଢ଼ନିଶ୍ଚିତ ଥିଲେ। ସେ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱରୋତ୍ତଳନ କରିବା ପାଇଁ ଅସଂଖ୍ୟ ଭାରତୀୟଙ୍କୁ ପ୍ରେରଣା ଦେଇଥିଲେ। ସେ ଭାରତୀୟମାନଙ୍କ ପାଇଁ ସବୁବେଳେ ପ୍ରେରଣାର ସ୍ରୋତ ହୋଇ ରହିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

Comments are closed.