ସତତ ବିକାଶ ପାଇଁ ସମସ୍ତ ଦେଶ ମଧ୍ୟରେ ସହଯୋଗର ଆବଶ୍ୟକତା ରହିଛି: ଉପରାଷ୍ଟ୍ରପତି

0

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ବ୍ୟାପକ ସ୍ତରରେ ହେଉଥିବା ପରିବେଶ ପ୍ରଦୂଷଣ ଏବଂ ଏହାର କୁପରିଣତି ଉପରେ ବିଶ୍ୱର ସମସ୍ତ ଦେଶମାନଙ୍କୁ ସତତ ବିକାଶ ପାଇଁ ବ୍ୟାପକ ସ୍ତରରେ ସହଯୋଗର ଆବଶ୍ୟକ ଥିବା କହିଛନ୍ତି । ଟେରୀ ସ୍ଥିତ ଏନର୍ଜୀ ଆଣ୍ଡ ଇନଷ୍ଟିଚ୍ୟୁଟ ଦ୍ୱାରା ଆୟୋଜିତ ବିଶ୍ୱ ସତତ ବିକାଶ ସମ୍ମିଳନୀ ୨୦୧୯କୁ ଉଦବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ ସମାବେଶୀ ବିକାଶ ସତତ ବିକାଶ ଉପରେ କେନ୍ଦ୍ରିଭୂତ । ସେ କହିଛନ୍ତି ଯେ ଭାରତର ବୈଦିକ ଦର୍ଶନ ପ୍ରକୃତି ଏବଂ ମାନବ ମଧ୍ୟରେ ଥିବା ଗଭୀର ସମ୍ବନ୍ଧ ଉପରେ ଗୁରୁତ୍ୱ ପ୍ରଦାନ କରେ । ଉପରାଷ୍ଟ୍ରପତି ପ୍ରାଚୀନ ଭାରତୀୟ ଉକ୍ତି ’ଧର୍ମଂ ରକ୍ଷତି ରକ୍ଷତଃ’କୁ ଉଦ୍ଧୃତ କରି କହିଛନ୍ତି ଯେ ଯେମିତି ଧର୍ମକୁ ବଜାୟ ରଖିଲେ ତାହା ନିଜକୁ ରକ୍ଷା କରେ ସେହିଭଳି ଯଦି ପ୍ରକୃତିକୁ ସଂରକ୍ଷିତ ରଖାଯିବ, ପ୍ରକୃତି ଆମକୁ ସଂରକ୍ଷଣ ଦେବ ଏବଂ ପୋଷଣ କରିବ । ଶ୍ରୀ ନାଇଡୁ ଆହ୍ବାନ ଦେଇ କହିଛନ୍ତି ଯେ ମାନବ ଜାତିକୁ ଧାର୍ମିକ ଓ ଜାତିଗତ ଭେଦଭାବ ଭୁଲି ଏହାକୁ ସଂରକ୍ଷିତ ରଖିବା ପାଇଁ ଏକଜୁଟ ହୋଇ ପ୍ରୟାସ କରିବା ଆବଶ୍ୟକ । ସମସ୍ତଙ୍କୁ ମିଳିତ ଭାବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ କରିବାର ପ୍ରୟାସ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଭାରତ ଖୁବ ଶୀଘ୍ର ୧୭୫ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ହାସଲ କରିବ ।

Leave A Reply