ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଯୋଗ ଦେଇଥିବା ସ୍ବେଛସେବୀଙ୍କୁ ସମ୍ବର୍ଦ୍ଧନା

ଗୋପାଳପୁର: ଦିଲ୍ଲୀଠାରେ ଅନୁଷ୍ଠିତ ହୋଇ ଥିବା ୭୨ତମ ସାଧାରଣ ତନ୍ତ୍ର ଦିବସ ପ୍ୟାରେଡ୍ ୨୦୨୧ କ୍ୟାମ୍ପରେ ଯୋଗଦେଇ ଫେରିଥିବା ୪ ଜଣ ସ୍ବେଚ୍ଛାସେବୀଙ୍କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛିି। ଚଳିତବର୍ଷ ଓଡ଼ିଶାରୁ ୮ ଜଣ ବିଦ୍ୟାର୍ଥୀ ପ୍ୟାରେଡ଼ରେ ଯୋଗଦେବାକୁ ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଡୁରା ରାମ ନାରୟଣ କଲେଜର ସ୍ବରାଜ ମହାନ୍ତି, ବ୍ରହ୍ମପୁର ବିନାୟକ ଆଚାର୍ୟ୍ୟ କଲେଜରୁ ନେହା ପ୍ରଧାନ, ସିମିଳିଗୁଡା ମହାବିଦ୍ୟାଳୟରୁ ଡମ୍ବୁରୁ ଧର ଗରଡା ଓ ଜୟପୁର ସରକରୀ ମହାବିଦ୍ୟାଳୟରୁ ବର୍ଷାରାଣୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଗତ ବର୍ଷ ଡିସେମ୍ବର ମାସ ୨୯ ତାରିଖରେ ବିଦ୍ୟାର୍ଥୀମାନେ ଦିଲ୍ଲୀ ଗସ୍ତ କରି ଜାନୁଆରୀ ୧ରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଅଭ୍ୟାସ କ୍ୟାମ୍ପରେ ଯୋଗ ଦେଇଥିଲେ।

ବିଦ୍ୟାର୍ଥୀମାନେ ଓଡ଼ିଶା ଫେରି ପ୍ରଥମେ ରାଜ୍ୟପାଳ ପ୍ରଫେସର୍ ଗଣେସି ଲାଲ୍ ଓ ମନ୍ତ୍ରୀ ଡ. ଅରୁଣ ସାହୁଙ୍କୁ ଭେଟିଥିଲେ। ବୁଧବାର ଦିନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପହଞ୍ଚି କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣିଙ୍କୁ ଭେଟିଥିଲେ। ଏହି ଅବସରରେ କୁଳପତି ସିଣ୍ଡିକେଟ ହଲଠାରେ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଚଳିତ ବର୍ଷଠାରୁ ପ୍ୟାରେଡରେ ଯୋଗ ଦେବା ପାଇଁ ଚୟନ ବିଦ୍ୟାର୍ଥୀଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଟ୍ରାକ୍ ସୁଟ ପ୍ରଦାନ କରାଯାଇଥିବା ବେଳେ ଆଗକୁ ଜାରି ରହିବା ସହ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ଓ ସମାବର୍ତନ ଉତ୍ସବରେ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣି ପ୍ରକାଶ କରିଛନ୍ତି। ୨୦୨୦ରେ ପ୍ୟାରେଡରେ ଯୋଗ ଦେଇ ଥିବା ବ୍ରହ୍ମପୁର ମହାମାୟୀ ମହାବିଦ୍ୟାଳୟର ଛାତ୍ରୀ ରାଧିକା ପାଢ଼ୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ରଞ୍ଜନ କୁମାର ବିଶ୍ବାଳ, ଉପକୁଳ ସଚିବ ଡ. ବାବୁଜୀ ସାମଲ ସହ କୁଳସଚିବ ଡ଼ଃ ସରୋଜ କୁମାର ଦାଶ, ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀ, ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ, ଏନ୍ ଏସ୍ ଏସ ସଂଯୋଜକ ଡ. ଧ୍ରୁବଚରଣ ପଣ୍ଡା, ଏନ୍ ଏସ ଏସ ଅଧିକାରୀ ସୁଶାନ୍ତ କୁମାର ସାହୁ, ସୁଶାନ୍ତ ପଣ୍ଡା, ରାଜେନ୍ଦ୍ର ସାବତ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବାର କାର୍ୟ୍ୟକ୍ରମ ରହିଥିବା ସ୍ବେଛାସେବୀମାନେ କହିଛନ୍ତି।

Comments are closed.