ପ୍ରଚାର ଶେଷ, ପ୍ରସ୍ତୁତି ଚୂଡାନ୍ତ – କାଲି ଭୋଟ୍‍ ଗ୍ରହଣ, ସୁରକ୍ଷା କଡାକଡି

ସମାଜ ପୋର୍ଟାଲ ଡେସ୍କ: ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ରାଜନୈତିକ ଦଳଗୁଡ଼ିକର ବଡ଼ବଡ଼ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିଛନ୍ତି। ୧୭ଟି ରାଜ୍ୟର ୫୧ଟି ବିଧାନସଭା ଆସନର ଉପନିର୍ବାଚନ ଏବଂ ୨ଟି ଲୋକସଭା ଆସନ ଉପନିର୍ବାଚନରେ ମଧ୍ୟ ପ୍ରଚାର ଶେଷ ହୋଇଛି। ସୋମବାର ଦିନ ଭୋଟ୍‍ ଗ୍ରହଣ ଓ ୨୪ ତାରିଖ ଦିନ ଭୋଟ୍‍ ଗଣତି କରାଯିବ।

ଭୋଟ୍‍ ନିଆଯିବାକୁଥିବା ଦୁଇଟିଯାକ ଲୋକସଭା ଆସନ ମଧ୍ୟରେ ବିହାରର ସମସ୍ତିପୁର ଓ ମହାରାଷ୍ଟ୍ରର ସତାରା ରହିଛି। ଉପନିର୍ବାଚନ ହେଉଥିବା ବିଧାନସଭା ଆସନଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର ୧୧ଟି, ଗୁଜୁରାଟର ୬ଟି, କେରଳ ଓ ବିହାରର ୫ଟି ଲେଖାଏଁ, ସିକିମ୍‍ର ୩ଟି, ପଞ୍ଜାବ ଓ ଆସାମର ୪ଟି ଲେଖାଏଁ, ତାମିଲନାଡୁ, ରାଜସ୍ଥାନ ଓ ହିମାଚଳପ୍ରଦେଶର ୨ଟି ଲେଖାଏଁ ଏବଂ ଓଡ଼ିଶା, ତେଲଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ମେଘାଳୟ, ପୁଡୁଚେରୀ ଓ ଅରୁଣାଚଳପ୍ରଦେଶର ଗୋଟିଏ ଲେଖାଏଁ ଆସନ ରହିଛି।

ଇତି ମଧ୍ୟରେ ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକର ସୀମାକୁ ସିଲ୍‍ କରିଦିଆଯାଇଛି ଓ ପୋଲିସ୍‍ ଅସାମାଜିକ ଲୋକମାନଙ୍କ ଉପରେ କଡ଼ା ନଜର ରଖିଛି। ଅବାଧ ଓ ନିରପେକ୍ଷ ଭୋଟ୍‍ ଗ୍ରହଣ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.