୯ଟା ସୁଦ୍ଧା ରାଜ୍ୟରେ ୧୦% ଭୋଟ ଗ୍ରହଣ

ଭୁବନେଶ୍ବର : ରାଜ୍ୟରେ ୩୪ଟି ବୁଥରେ ଚାଲିଥିବା ସାନି ମତଦାନରେ ଚାଲିଥିବା ବେଳେ ସକାଳ ୯ଟା ସୁଦ୍ଧା ୧୦% ଭୋଟ ଗ୍ରହଣ ହୋଇଛି । ଭୋଟଗ୍ରହଣ ହେଉଥିବା ବୁଥଗୁଡ଼ିକ ମଧ୍ୟରେ ୩ୟ ପର୍ୟ୍ୟାୟର ୧୨ ଏବଂ ୪ର୍ଥ ପର୍ୟ୍ୟାୟର ୨୨ଟି ବୁଥ ରହିଛି। ସେଗୁଡ଼ିକ ଭିତରେ ବରୀର ସର୍ବାଧିକ ୫ଟି ବୁଥ୍‌ ରହିଥିବାବେଳେ ବାରିପଦା, ଆଠଗଡ଼ ଓ ମାହାଙ୍ଗାର ୪ଟି ଲେଖାଏଁ ବୁଥ, ଜଳେଶ୍ଵର, ବ୍ରହ୍ମଗିରି ଓ ବିଞ୍ଝାରପୁରର ୨ଟି ଲେଖାଏଁ ଏବଂ ବଡ଼ମ୍ବା, ଦେବଗଡ଼, ସତ୍ୟବାଦୀ, ତାଳଚେର, ଘଷିପୁରା, ଭୁବନେଶ୍ଵର ମଧ୍ୟ, ଧର୍ମଶାଳା, ସୁକିନ୍ଦା, ବାଙ୍ଗିରିପୋଷି, ସାଲେପୁର ଓ ପାରାଦୀପର ଗୋଟିଏ ଲେଖାଏଁ ବୁଥ୍‌ରେ ମତଦାନ ଜାରି ରହିଛି।

Comments are closed.