ଭୋଟର ସଚେତନତା ପଦଯାତ୍ରା

ବାଙ୍କୀ: ଅଗାମୀ ପଞ୍ଚାୟତ ନିର୍ବାଚନରେ ଶତ ପ୍ରତିଶତ ମତଦାନ କରିବା ନିମନ୍ତେ ଜନସଚେତନତା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯାଇଛି। ଉପଖଣ୍ଡ ପ୍ରଶାସନର ସୂଚନାକ୍ରମରେ ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ସରଣ୍ଡାଗଡ ସ୍ଥିତ ଅଂଶୁପା କନିଷ୍ଠ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ମତଦାନ ନିମନ୍ତେ ଏକ ସଚେତନତା ପଦଯାତ୍ରାରେ ସାମିଲ ହୋଇ ଅଂଶୁପା କୂଳରେ ଜନଜାଗରଣ ସୃଷ୍ଟି କରିଛନ୍ତି। ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଓ ସ୍ଲୋଗାନ ସହିତ ଭୋଟ ଦେବା, ଦେଶ ଗଢିବା ସ୍ଲୋଗାନ ଦେଇ ଜନସଚେତନତା କରାଇଛନ୍ତି। ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଂଚାଳିତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ବିଶ୍ୱଜିତ୍ ମନ୍ତ୍ରୀ, ମମତା ଶତପଥୀ, ପୁଷ୍ପଲତା ରାଉତ, ଶୁଭଶ୍ରୀ ପଟ୍ଟନାୟକ, ଅଜୟ କୁମାର ବାରିକ, ବିଜୟ କୁମାର ଜେନା, ବିଜୟ କୁମାର ସାହୁ, ସଦାଶିବ ଦାସ ପ୍ରମୁଖ ସାମିଲ ହୋଇଥିଲେ। ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନାଙ୍କ ନିର୍ଦ୍ଦେଶ ଓ ପ୍ରେରଣାରେ ଆୟୋଜିତ କାର୍ଯ୍ୟକ୍ରମ ଅଧ୍ୟାପକ ପଙ୍କଜ ଲୋଚନ ଗୋଚ୍ଛିଙ୍କ ନେତୃତ୍ୱରେ ସଂଚାଳିତ ହୋଇଛି। ବିଦ୍ୟାର୍ଥୀମାନେ ଏକ ବ୍ୟକ୍ତି ଏକ ଭୋଟ ପାଇଁ ଜନଜାଗରଣ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ନିଜର ମୂଲ୍ୟବାନ ଭୋଟକୁ ସଦୁପଯୋଗ କରିବା ପାଇଁ ଶୋଭାଯାତ୍ରାରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।

Comments are closed.