ଇଭିଏମ୍‍ ତ୍ରୁଟି ଅଭିଯୋଗ; ବିଳମ୍ବରରେ ଆରମ୍ଭ ହେଲା ଭୋଟଦାନ

ଲମତାପୁଟ : ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟଦାନ କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଶାନ୍ତୁପୁର୍ଣ୍ଣ ଭାବରେ ଶେଷ ହୋଇଛି। ସୂଚନା ଅନୁସାରେ ଲମତାପୁଟ ବ୍ଲକ ଅନକାଡେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୯ ବୁଥ, ହନୁମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୬୮ ନମ୍ବର ବୁଥ, ଖରସାପଡା ବୁଥ ନମ୍ବର ୭୧ରେ ଇଭିଏମରେ ତ୍ରୁଟି ଥିବା କାରଣରୁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ହନୁମାଲ ଓ ଅନକାଡେଲି ବୁଥରେ ଭୋଟ ୯ଟାରେ ଆରମ୍ଭ ହୋଇଥିଲା। ସେହିପରି ସଇଲପିଡା ପ୍ରାଥମିକ ବିଦ୍ୟାଳୟର ୭୩ ନମ୍ବର ବୁଥରେ ବାରମ୍ବାର ଇଭିଏମ ତ୍ରୁଟି କାରଣରୁ ଦିନ ୧୨ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା।

Comments are closed.