କଳାହାଣ୍ଡିରେ ଶାନ୍ତିଶୃଙ୍ଖଳାର ସହ ମତଦାନ

ଭବାନୀପାଟଣା : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଲୋକସଭା ଅଧିନରେ ଥିବା ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟା ସମୟରୁ ବିଭିନ୍ନ ବୁଥରେ ମତଦାନ ପାଇଁ ଭୋଟରମାନେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ଲୋକସଭା କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ , ଭବାନୀପାଟଣା ବିଧାନସଭାର ବିଜେଡି ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ଓ କଂଗ୍ରେସ ପ୍ରାର୍ଥୀ ସାଗର ଦାସ ପ୍ରମୁଖ ନେତା ମଧ୍ୟ ବୁଥକୁ ଯାଇ ମତଦାନ କରିଥିଲେ।

Comments are closed.