କାଉଣ୍ଟ ଡାଉନ ଆରମ୍ଭ – ୧୩୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

ସମାଜ ପୋର୍ଟାଲ ଡେସ୍କ: ୪ଟି ପର୍ଯ୍ୟାୟରେ ରାଜ୍ୟର ୨୧ଟି ଲୋକସଭା ଓ ୧୪୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‍ ରେ ସିଲ୍‍ ହୋଇ ସାରିଥିବା ବେଳେ ଆଜି (ଗୁରୁବାର) ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ପ୍ରସ୍ତୁତି ସରିଛି। ସକାଳ ୫ଟା ସୁଦ୍ଧା ଭୋଟ ଗଣତିରେ ନିୟୋଜିତ କର୍ମଚାରୀ ଓଡିଶାର ୬୩ଟି କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୫ଟି, ସୁନ୍ଦରଗଡ଼, ମୟୁରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ୪ଟି ଲେଖାଁଏ ଭୋଟଗଣନା କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ଭୁବନେଶ୍ୱର ବିଜେପି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର-ଉତର, ଏକାମ୍ର-ଭୁବନେଶ୍ୱର ଏବଂ ଜଟଣୀ ବିଧାନସଭା ଆସନ ଓ କଟକ ଭୁବନାନନ୍ଦ ଇଂଜିନୟରିଂ ସ୍କୁଲରେ କଟକର ୬ଟି ବିଧାନସଭା ଆସନର ଭୋଟ ଗଣନା କରାଯିବ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ୭ଟି ଟେବୁଲରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗଣତି ହେବ।

ପ୍ରତ୍ୟେକ ଭୋଟ ଗଣତି କେନ୍ଦ୍ରରେ ୯ ଜଣ ଗଣତି ଏଜେଂଟ ରହିବେ। ଜଣେ ଏଜେଂଟ କେନ୍ଦ୍ରୀୟ ଟେବୁଲରେ ଏବଂ ଜଣେ ଏଜେଂଟ ପୋଷ୍ଟାଲ ବାଲଟ ଗଣତି ପାଇଁ ରହିବେ। ପୋଷ୍ଟାଲ ବାଲଟ୍‍ ଗଣତି ପାଇଁ ସର୍ବାଧିକ ସମୟସୀମା ୩୦ ମିନିଟ୍‍ ରହିଛି ଓ ପ୍ରତ୍ୟେକ ରାଉଣ୍ଡ ଗଣତି ପାଇଁ ୨୦ ମିନିଟ୍‍ ଧାର୍ଯ୍ୟ କରାଯାଇଛି। ଚଳିତ ସାଧାରଣ ନିର୍ବାଚନରେ ୧୪୬ ବିଧାନସଭା ଆସନ ପାଇଁ ୧୧୨୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ୨୧ଟି ଲୋକସଭା ଆସନ ପାଇଁ ୧୭୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି।

Comments are closed.