ଭୋଟଗଣତି ଆରମ୍ଭ; ସକାଳ ୮ଟା ୩୦ ସୁଦ୍ଧା ଏନଡିଏ ୧୦୩, ୟୁପିଏ ୨୪ ଓ ଅନ୍ୟାନ୍ୟ ୩୪ ଆସନରେ ଆଗୁଆ

ନୂଆଦିଲ୍ଲୀ/ଭୁବନେଶ୍ଵର: ଲୋକସଭା ଏବଂ ବିଧାନସଭା ନିର୍ବାଚନର ଭୋଟଗଣତି ଆରମ୍ଭ ହୋଇଛି। ଗୁରୁବାର ସକାଳ ୮ଟାରୁ ଦେଶବ୍ୟାପୀ ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣନା ଚାଲିଛି। ୮ଟା ୩୦ ପର୍ଯ୍ୟନ୍ତ ପୋଷ୍ଟାଲ ବାଲଟର ଗଣତି ହୋଇଛି। ଏହା ପରେ ଇଭିଏମର ଭୋଟ ଗଣନା ହେଉଛି। ଆଜି ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବାରୁ ପ୍ରାର୍ଥୀମାନେ ଆଶା ଓ ଆଶଙ୍କାରେ ରହିଛନ୍ତି।

ସକାଳ ୮ଟା ୩୦ ସୁଦ୍ଧା ହୋଇଥିବା ଭୋଟ ଗଣନା ଅନୁସାରେ ବିଜେପି ନେତୃତ୍ଵାଧୀନ ଏନଡିଏ ୧୦୩ଟି ଆସନରେ ଆଗୁଆ ରହିଛି। ସେହିପିର କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ୨୪ଟି ଏବଂ ଅନ୍ୟାନ୍ୟ ଦଳ ୩୪ଟି ଆସନରେ ଆଗୁଆ ରହିଛନ୍ତି।

Comments are closed.