ବିଜାତଳା ଜିଲା ପରିଷଦ ଉପନିର୍ବାଚନ; ବିଜେଡି ଆଗୁଆ

0

ବଡସାହି: ବିଜାତଳା ଜିଲାପରିଷଦ ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଷଷ୍ଠପର୍ୟ୍ୟାୟ ଭୋଟ ଗଣତିରେ ବିଜେପି ଠାରୁ ବିଜେଡି ଆଗୁଆ ରହିଥିବା ଜଣାପଡିଛି । ୧୨୧୮ ଭୋଟ୍ ରେ ବିଜେଡି ଆଗୁଆ ରହିଛି । ସୂଚନାଯୋଗ୍ୟ, ଗୁରୁବାର ଦିନ ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକର ୩୨ ନମ୍ବର ଜିଲା ପରିଷଦ ଜୋନ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିଥିଲା । ବିଜାତଳା, ମୁଣ୍ଡାଠାକୁରା, ବଣକାଟି, ରାଇହରି ଏବଂ ଲୁହାଶିଳା ପଞ୍ଚାୟତରୁ ୧୦ଜଣ ପ୍ରାର୍ଥୀ ଲଢିଥିଲେ ।

Leave A Reply