୯ଟା ସୁଦ୍ଧା ଏନଡିଏ ୨୦୬, ୟୁପିଏ ୬୭ ଓ ଅନ୍ୟାନ୍ୟ ୬୪ ଆସନରେ ଆଗୁଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଭୋଟଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ସାରା ଦେଶରେ ଚାଲିଥିବା ଭୋଟ ଗଣତିରେ ବିଜେପି ନେତୃତ୍ଵାଧୀନ ଏନଡିଏ ଆଗରେ ରହିଛି। ଏହା ପଛରେ ୟୁପିଏ ଏବଂ ଅନ୍ୟାନ୍ୟ ଦଳ ରହିଛନ୍ତି।

ସକାଳ ୯ଟା ସୁଦ୍ଧା ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଏନଡିଏ ୨୦୬, ୟୁପିଏ ୬୭ ଏବଂ ଅନ୍ୟାନ୍ୟ ଦଳ ୬୪ ଆସନରେ ଆଗୁଆ ରହିଛନ୍ତି।

ଏହି ସମୟ ମଧ୍ୟରେ ଉତ୍ତର ପ୍ରଦେଶର ରାଏବରେଲୀ ଆସନରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଗରେ ରହିଥିବା ବେଳେ ଭୋପାଳ ଆସନରେ ବିଜେପି ପ୍ରାର୍ଥୀ ସାଧ୍ଵୀ ପ୍ରଜ୍ଞା ଠାକୁର ଆଗରେ ରହିଛନ୍ତି।

Comments are closed.