ଦିନ ୧ଟା ସୁଦ୍ଧା ୩୩ % ମତଦାନ ; ସିଇଓଙ୍କ ସୂଚନା

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଦିନ ୧ଟା ସୁଦ୍ଧା ୩୩ % ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ସକାଳ ୭ଟାରୁ ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬.୫% ମତଦାନ ଏବଂ ଦିନ ୧୧ଟା ସୁଦ୍ଧା ୧୮ % ମତଦାନ ହୋଇଥିଲା। କନ୍ଧମାଳରେ ୧୬% , ବରଗଡରେ ୨୦%, ଆସିକାରେ ୨୦% ଏବଂ ସୁନ୍ଦରଗଡରେ ୧୮ % ମତଦାନ ହୋଇଥିଲା । ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ଦିନ ୧୧ଟା ସୁଦ୍ଧା ୧୫ % ମତଦାନ ହୋଇଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଥିଲା।

Comments are closed.