ଦିନ ୧୧ଟା ସୁଦ୍ଧା ୧୮% ମତଦାନ : ସିଇଓଙ୍କ ସୂଚନା

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଦିନ ୧୧ଟା ସୁଦ୍ଧା ୧୮ % ମତଦାନ ହୋଇଛି । କନ୍ଧମାଳରେ ୧୬% , ବରଗଡରେ ୨୦%, ଆସିକାରେ ୨୦% ଏବଂ ସୁନ୍ଦରଗଡରେ ୧୮ % ମତଦାନ ହୋଇଛି । ବଲାଙ୍ଗୀର ସଂସଦୀୟ କ୍ଷେତ୍ର ପାଇଁ ଦିନ ୧୧ଟା ସୁଦ୍ଧା ୧୫ % ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗୁରୁବାର ସକାଳ ୭ଟାରୁ ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଥିବା ବେଳେ ୯ଟା ସୁଦ୍ଧା ରାଜ୍ୟରେ ୬.୫% ମତଦାନ ହୋଇଥିଲା ।

Comments are closed.