ବିଜାତଳା ବ୍ଲକ ୩୨ ନମ୍ବର ଜିଲା ପରିଷଦ ଜୋନ ଉପନିର୍ବାଚନ ଭୋଟ ଗ୍ରହଣ ଆରମ୍ଭ

0

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକର ୩୨ ନମ୍ବର ଜିଲା ପରିଷଦ ଜୋନ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଗୁରୁବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଦିନ ୧୨ଟା ପର୍ଯ୍ୟନ୍ତ ଭୋଟର୍ ହେବ। ବିଜାତଳା, ମୁଣ୍ଡାଠାକୁରା, ବଣକାଟି, ରାଇହରି ଏବଂ ଲୁହାଶିଳା ପଞ୍ଚାୟତରୁ ଲଢୁଥିବା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ୨୩ହଜାର ୧୧୯ଜଣ ଭୋଟର କରିବେ। କଡା ସୁରକ୍ଷା ମଧ୍ୟରେ ୧୨ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଉଛି। ସେଠାରେ ୭ପ୍ଲାଟୁନ ପୁଲିସ ଫୋର୍ସ, ୧୦ଟି ପାଟ୍ରୋଲିଂ ପାର୍ଟି, ସ୍ଥାନୀୟ ଏସ୍‌ପି, ଏଏସ୍‌ପି ଏବଂ ଏସ୍‌ଡିପିଓ ମୁତୟନ ରହିଛନ୍ତି।

Leave A Reply