ଜାମ୍ମୁ-କାଶ୍ମୀରରେ ମତଦାନ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଶନିବାରଠାରୁ ଜିଲା ପରିଷଦ ତଥା ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଛି। ମୋଟ ୮ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ସକାଳ ୭ରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୨ଟାରେ ଶେଷ ହୋଇଛି। କଡ଼ା ସୁରକ୍ଷା ବଳୟ ଓ କରୋନା ମାର୍ଗଦର୍ଶିକା ଆଧାରରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ହୋଇଛି। ମୋଟ ୨୧୪୬ ମତଦାନ କେନ୍ଦ୍ରରେ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଆୟୋଗ କେ.କେ ଶର୍ମା କହିଛନ୍ତି। ଡିସେମ୍ବର ୧୯ରେ ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ପରେ ୨୨ରେ ଫଳାଫଳ ପ୍ରକାଶ ପାଇବ।