ଯାତ୍ରା ସମୟରେ ବାନ୍ତି ଲାଗୁଛି କି, ତେବେ ପାଖରେ ରଖନ୍ତୁ ଏହି ଜିନିଷ !

0

ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି । କିନ୍ତୁ ଗାଡିରେ ଯାତ୍ରା କରିବା ସମୟରେ କିଛି ଲୋକଙ୍କର ବାନ୍ତି ହୋଇଥାଏ, ଯାହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଯଦି ଆପଣଙ୍କ ମଧ୍ୟ ଏଭଳି ସମସ୍ୟା ରହିଥାଏ ତେବେ ଆପଣାନ୍ତୁ ଏହି ଉପାୟ ।

ଯାତ୍ରା କରିବା ସମୟରେ ସାଙ୍ଗରେ ଅଦା ନେଇ ଯାଆନ୍ତୁ । ବାନ୍ତି ଲାଗିଲେ ଅଦାର ଛୋଟ ଖଣ୍ଡ ପାଟିରେ ରଖନ୍ତୁ। ଏହା ଦ୍ବାରା ମୁଣ୍ଡ ବୁଲାଇବା ସହ ବାନ୍ତି ଲାଗିବା ଭଳି ମସସ୍ୟା ଦୂର ହୋଇଥାଏ ।
ଗାଡିରେ ଯିବାଆସିବା କରିବା ବେଳେ ପାଟିରେ ଲବଙ୍ଗ ରଖିବା ଉତ୍ତମ ଅଟେ ।
ଯାତ୍ରା ବେଳେ ସାଥିରେ ପୁଦିନା ରଖନ୍ତୁ, ଲାଭକାରୀ ଅଟେ ।
ଏଭଳି ପରିସ୍ଥିତିରେ ଯଦି ସମ୍ଭବ ଏକ କପ୍ ଗରମ ପାଣିରେ ଲେମ୍ବୁ ରସ ସହ ଅଳ୍ପ ଲୁଣ ମିଶାଇ ପିଇଲେ ଆରମ ମିଳିବ ।
ଏହା ସହ ଲେମ୍ବୁ ପତ୍ର ସୁଙ୍ଘିଲେ ମଧ୍ୟ ବାନ୍ତି ବନ୍ଦ ହୋଇଯାଏ । ତେଣୁ ସାଙ୍ଗରେ ଲେମ୍ବୁ ପତ୍ର ନେବା ଭୁଲନ୍ତୁ ନାହିଁ ।

ଯାତ୍ରା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଯାତ୍ରା କରିବା ସମୟରେ ପାଖ ଜିନିଷ ନଦେଖି ଦୂର ଜିନିଷକୁ ଦେଖନ୍ତୁ । ଯେପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ବତ, ବୃକ୍ଷଲତା ବା ନୂଆ ସ୍ଥାନର ଦୋକାନ ବଜାର ଉପରେ ନଜର ପକାଇ ପାରିବେ ।
ମୋବାଇଲ ବା ବହି ପଢାରେ ବ୍ୟସ୍ତ ରୁହନ୍ତୁ ନାହିଁ ।
ସ୍ବଳ୍ପାହାରରେ ଯାତ୍ରା କରନ୍ତୁ ।

Leave A Reply