ଏକ ଦିବସୀୟ ଭଲିବଲ ପ୍ରତିଯୋଗିତା – କନଗାଁ ଦଳ ଚମ୍ପିଆନ

ଆଗଲପୁର: ଆଗଲପୁର ଅନନ୍ତ ନାରାୟଣ ଯୁବକ ସଂଘ ଆନୁକୁଲ୍ୟରେ ଏକ ଦିବସୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠାନର ସଭାପତି କମଳ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ। ଏଥିରେ କୁଚିପାଲି, କନଗାଁ, ଆଗଲପୁର, ଚେରୁପାଲି, ସରଗୁଲ ଓ ଡୁଙ୍ଗୁରିପାଲି ଦଳ ଭାଗ ନେଇଥିଲେ। ଉଦଘାଟନ ଉତ୍ସବର ମୁଖ୍ୟ ଅତିଥି ରୋତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡ.ସନ୍ତୋଷ କୁମାର ରଥ, ସମ୍ମାନିତ ଅତିଥି ଆଗଲପୁର +୨ ବିଜ୍ଞାନ ମହାବିଦ୍ୟାଳୟର ଅବସପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ କୁମାର ସିଂଦେଓ, ଯୁବନେତା ହିମାଂଶୁ ବାଗ ଯୋଗଦେଇ ଖେଳକୁ ଉଦ୍‍ଘାଟନ କରିଥିଲେ। ଏହି ଖେଳରେ କୁଚିପାଲି ଓ କନଗାଁ ଦଳ ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇ ଫାଇନାଲ ଖେଳିଥିଲେ।

ଫାଇନାଲ ଖେଳରେ କୁଚିପାଲିକୁ ହରାଇ କନଗାଁ ଦଳ ଚମ୍ପିଆନ ହୋଇଥିବାବେଳେ ଯାମଗାଁ ବିଦ୍ୟାଳୟର ଖେଳ ଶିକ୍ଷକ ହୃଦାନନ୍ଦ ଭୋଇ ଓ ମକଶିର ମେହେର ଖେଳ ପରିଚାଳନା କରିଥିଲେ। ଉଦ୍‍ଯାପନି ଉତ୍ସବ ତଥା ପୁରସ୍କାର ବିତରଣ ଉତ୍ସବର ମୁଖ୍ୟ ଅତିଥି ପାଟଣାଗଡ଼ ବିଧାୟକ ସରୋଜ ମେହେର, ସମ୍ମାନିତ ଅତିଥି ଧର୍ମେନ୍ଦ୍ର ତ୍ରିପାଠୀ, ଯୁବନେତା ଅକ୍ଷୟ ମେହେର, ସମାଜ ପ୍ରତିନିଧି ଡାକ୍ତର ପୁଟେଲ ଓ ହିମାଂଶୁ ବାଗ ଯୋଗଦେଇ ବିଜେତା କନଗାଁ ଦଳକୁ ଓ ଉପବିଜେତା କୁଚିପାଲି ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଠାନର ସଦସ୍ୟ ବୁଲୁ ମେହେର, ଭିକାରୀ ମେହେର, ବନମାଲି ମେହେର, ବିଜୟ ମେହେର, ଟିଟୁ ମେହେର, ରାଜିନ ମେହେର, ଅର୍ଜୁନ ମେହେର ଓ ଶେଖର ଦାଶ ସହଯୋଗ କରିଥିଲେ।

Comments are closed.