ଜିଲ୍ଲାସ୍ତରୀୟ ଭଲିବଲ ପ୍ରତିଯୋଗୀତା : ନୟାଗଡ ଇଟାମାଟି ଚମ୍ପିଆନ

ଗୁରୁଡିଝାଟିଆ :  ନାରଙ୍ଗବସ୍ତ ଜ୍ୟୋତିର୍ମୟୀ ୟୁଥ କ୍ଲବ ପକ୍ଷରୁ ଜିଲ୍ଲାସ୍ତରୀୟ ଏକଦିବସୀୟ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ ଜିଲ୍ଲା ଇଟାମାଟି ଦଳ ଭୂବନେଶ୍ୱର ଦଳକୁ ୨-୦ ସେଟରେ ପରାଜିତ କରି ଚମ୍ପିଆନ ହୋଇଛି । ଢେଙ୍କାନାଳ, ପାରଦୀପ, ନୟାଗଡ ଇଟାମାଟି, ଭୂବନେଶ୍ୱର ଓ କଟକ ଜିଲ୍ଲାର ଦଳକୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବଳଭଦ୍ର ବାଘ, ପ୍ରିୟବ୍ରତ ସାହୁ, ଅଶୋକ କୁମାର ଖଟୁଆ, କାର୍ତ୍ତିକ ଚନ୍ଦ୍ର ଖଟୁଆ, ପ୍ରଭାତ ରଞ୍ଜନ ଖଟୁଆ, ରାଜକିଶୋର ଖଟୁଆ, ଅନାମ ଚରଣ ସାମଲ ଓ ପ୍ରେମାନନ୍ଦ ମଲ୍ଲିକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଦଳ ଓ ଉପବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ। ଜ୍ୟୋତିର୍ମୟୀ ୟୁଥ କ୍ଲବର ବରିଷ୍ଠ ସଦସ୍ୟ ବିକାଶ କୁମାର ଖଟୁଆ, ସନ୍ତୋଷ କୁମାର ରାଉତ, ଅଲେଖ ଖଟୁଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

 

Comments are closed.