କ୍ଷୟ ହେଉଛି ଇଣ୍ଡୋନେସିଆ ଆଗ୍ନେୟଗିରି

0

ଜାକର୍ତ୍ତା: ଏକ ସପ୍ତାହ ପୂର୍ବେ ଇଣ୍ଡୋନେସିଆରେ ଆଗ୍ନେୟ ଉଦ୍‌ଗୀରଣ ଜନିତ ସୁନାମି ପରେ ପରେ ଏକାଧିକ ଥର ଉଦ୍‌ଗୀରଣ ହେବା ତଥା ଅତଡା ଧସିବା ଯୋଗୁଁ ମାଉଣ୍ଟ ଆନାକ କ୍ରାକାତାଉ କ୍ଷୟ ହେବାରେ ଲାଗିଛି। ଇତିମଧ୍ୟରେ ୯୦ ବର୍ଷ ପୁରୁଣା ଏହି ଆଗ୍ନେୟ ଏକ ତୃତୀୟାଂଶ ଅର୍ଥାତ ପ୍ରାୟ ୧୧୦ ମିଟରୁ ୩୩୮ ମିଟର କ୍ଷୟ ହୋଇଛି ବୋଲି ଆଗ୍ନେୟ ବିଜ୍ଞାନ ଓ ଭୂବିଜ୍ଞାନ ଜନିତ ସମସ୍ୟା ନିବାରଣ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଯଦ୍ଦ୍ବାରା ଏହାର ଉଚ୍ଚତା ଏବଂ ଆକାର ହ୍ରାସ ପାଇଥିବାରୁ ଭବିଷ୍ୟତରେ ଉଦ୍‌ଗୀରଣ ଜନିତ ସୁନାମି ଆଶଙ୍କା କମିଯାଇଛି ବୋଲି ଇଣ୍ଡୋନେସିଆ ଶକ୍ତି ମନ୍ତ୍ରାଳୟର ଭୂବିଜ୍ଞାନ ବିଭାଗ ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯେ ଡିସେମ୍ବର ୨୩ରେ ଏହି ଆଗ୍ନେୟରୁ ଉଦ୍‌ଗୀରଣ ଯୋଗୁ ସୁନାମି ଆସି ପାଖାପାଖୀ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

Leave A Reply