ଭୋଡାଫୋନ୍ ଓ ଆଇଡିଆ ଆଣିଲେ ଡବଲ ଡାଟା ପ୍ଲାନ

ନୂଆଦିଲ୍ଲୀ : ଭୋଡାଫୋନ୍ ଓ ଆଇଡିଆ କିଛି ନୂତନ ପ୍ରି-ପେଡ୍ ଯୋଜନା ସହିତ ଡବଲ୍ ଡାଟାର ଅଫର୍ ଆଣିଛିନ୍ତି। ଯାହା ଗ୍ରାହକଙ୍କୁ ଲକ ଡାଉନ ସମୟରେ ବହୁତ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି। ଲକ ଡାଉନ ପାଇଁ ସମସ୍ତେ ଘରେ ବସି କାମ କରିବା କାରଣରୁ ଡାଟାର ବ୍ୟବହାର ବୃଦ୍ଧି ପାଉଛି। ଏଥିପାଇଁ ଭୋଡାଫୋନ୍ ଓ ଆଇଡିଆ ତାର ସମସ୍ତ ଉପଭୋକ୍ତାଙ୍କୁ ଡବଲ୍ ଡାଟାର ସୁବିଧା ଯୋଗାଇଦେଉଛି ।
୨୪୯ ଟଙ୍କା ପାଇଁ ଭୋଡାଫୋନ୍ – ଆଇଡିଆ ପ୍ଲାନ :
ଭୋଡାଫୋନ୍ – ଆଇଡିଆର ଏହା ସବୁଠାରୁ ଶସ୍ତା ପ୍ଲାନ। ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ସହ ପ୍ରତିଦିନ ୧୦୦ଟି ଏସଏମଏସ ମଧ୍ୟ ପାଇବେ। ଏହା ବ୍ୟତୀତ ସମସ୍ତ ନେଟଓ୍ବାର୍କକୁ ଅସୀମିତ କଲିଂର ସୁବିଧା ମଧ୍ୟ ଦିଆଯଆଇଛି ।  ଏହି ଯୋଜନାର ବୈଧତା ୨୮ ଦିନ ରହିଛି। ଏହି ଯୋଜନାରେ ଆଇଡିଆ ଟିଭି ଏବଂ ଭୋଡାଫୋନ୍ ପ୍ଲେର ସବସ୍କ୍ରିପସନ୍ ଉପଲବ୍ଧ ହେବ ଏବଂ ଜି୫ କୁ ୯୯୯ ଟଙ୍କା ମୂଲ୍ୟର ସବସ୍କ୍ରିପସନ୍ ମଧ୍ୟ ପାଇପାରିବେ। ଏହି ପ୍ଲାନରେ କମ୍ପାନୀ ଆପଣଙ୍କୁ ଡବଲ୍ ଡାଟା ଅଫର୍ ମଧ୍ୟ ଦେଉଛି । ଏହାର ଅର୍ଥ ଆପଣ ପ୍ରତିଦିନ ୩ ଜିବି ଡାଟା ପାଇବେ ।
୩୯୯ ଟଙ୍କା ପାଇଁ ଭୋଡାଫୋନ୍- ଆଇଡିଆ ପ୍ଲାନ :
ଏହି ପ୍ଲାନରେ ଆପଣ ଡବଲ୍ ଡାଟା ଅଫର୍ ପାଇବେ । ଅର୍ଥାତ୍ ପ୍ରତିଦିନ ୩ ଜିବି ଡାଟା ମିଳିବ। ଏହା ବ୍ୟତୀତ ପ୍ରତିଦିନ ୧୦୦ ମେସେଜ୍, ଅସୀମିତ କଲିଂ ଏବଂ ଜି୫ ଭୋଡାଫୋନ୍ ପ୍ଲେର ସବସ୍କ୍ରିପସନ୍ ସହିତ ଆଇଡିଆ ଟିଭି ମଧ୍ୟ ଏହି ଯୋଜନାରେ ଉପଲବ୍ଧ ହେବ। ଏହି ପ୍ଲାନର ବୈଧତା ୫୬ ଦିନ ଅଟେ ।

୪୯୯ ଟଙ୍କା ପାଇଁ ଭୋଡାଫୋନ୍ – ଆଇଡିଆ ପ୍ଲାନ:
ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ପ୍ରତିଦିନ  ୧.୫ ଜିବି ଡାଟା ପାଇବେ। ଏହା ସହିତ ସମସ୍ତ ନେଟୱାର୍କରେ ଅସୀମିତ କଲିଂ ମଧ୍ୟ ଉପଲବ୍ଧ ହେବ। ଏହି ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସର ମଧ୍ୟ ରହିବ। ଏହି ଯୋଜନାର ବୈଧତା ୭୦ ଦିନ ରହିଛି ।

୫୫୫ ଟଙ୍କା ପାଇଁ ଭୋଡାଫୋନ୍ – ଆଇଡିଆ ପ୍ଲାନ :
ଏହି ପ୍ଲାନ ଡବଲ୍ ଡାଟା ଅଫରରେ ଅନ୍ତର୍ଭୁକ୍ତ ନୁହେଁ । ଏହି ପ୍ଲାନର ବୈଧତା ୭୭ ଦିନ ପାଇଁ ରହିଛି । ଏଥିରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବ । ଏହା ବ୍ୟତୀତ ସମସ୍ତ ନେଟୱାର୍କରେ ପ୍ରତିଦିନ ୧୦୦ଟି ଏସଏମଏସ ସହ ଅସୀମିତ କଲିଂ କରିପାରିବେ। ଏହି ପ୍ଲାନରେ ଜି୫ ଭୋଡାଫୋନ୍ ପ୍ଲେର ସବସ୍କ୍ରିପସନ୍ ସହିତ ଆଇଡିଆ ଟିଭି ମଧ୍ୟ ଏହି ଯୋଜନାରେ ଉପଲବ୍ଧ ହେବ ।

୫୯୯ ଟଙ୍କା ପାଇଁ ଭୋଡାଫୋନ୍ – ଆଇଡିଆ ପ୍ଲାନ: ଏହି ଯୋଜନାରେ ଉପଭୋକ୍ତାମାନଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିବ। ଏହି ଯୋଜନାର ବୈଧତା ୮୪ ଦିନ ଅଟେ । ଏହି ଯୋଜନାରେ ଆପଣଙ୍କୁ ଡବଲ୍ ଡାଟା ଅଫରରେ ପ୍ରତିଦିନ ୩ ଜିବି ଡାଟା ପାଇବେ । ଏହାସହ ସମସ୍ତ ନେଟୱାର୍କରେ ଅସୀମିତ କଲିଂ କରିପାରିବେ। ଏଥିରେ ଆପଣ ଜି୫, ଭୋଡାଫୋନ୍ ପ୍ଲେ ଏବଂ ଆଇଡିଆ ଟିଭିର ସବସ୍କ୍ରିପସନ୍ ପାଇବେ ।

Comments are closed.