ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରା ମୃତ୍ୟୁ ଘଟଣା; ସ୍ବାମୀ ହେମନାଥ ଗିରଫ

ଚେନ୍ନଇ : ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତ୍ୟୁ ଘଟଣା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀଙ୍କ ମୃତ୍ୟୁର ୬ଦିନ ପରେ ଚିତ୍ରାଙ୍କ ସ୍ବାମୀ ହେମନାଥଙ୍କୁ ପୁଲିସ ମଙ୍ଗଳବାର ଗିରଫ କରିଥିବା ଜଣାପଡିଛି। ପୁଲିସ୍ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ହେମନାଥଙ୍କୁ ଗିରଫ କରିଛି। ଟିଭି ସିରିୟଲ ଏବଂ ଅନ୍ୟ ଶୋମାନଙ୍କରେ ଚିତ୍ରାଙ୍କୁ ଅନ୍ତରଙ୍ଗ ଦୃଶ୍ୟ  କରିବାକୁ ବାରଣ କରୁଥିଲେ ସ୍ବାମୀ ହେମନାଥ। ଏଥିପାଇଁ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିବା ପୁଲିସ କହିଛି।

ଉଲ୍ଲେଖ ଯୋଗ୍ୟ, କିଛି ଦିନ ପୂର୍ବେ ଭି.ଜେ ଚିତ୍ରାଙ୍କ ମୃତଦେହ ଏକ ହୋଟେଲ କୋଠରୀରୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ମୃତ୍ୟୁର କାରଣ ଆତ୍ମହତ୍ୟା କୁହାଯାଉଥିଲା

Comments are closed.