୫ହଜାର ଏମ୍ଏଚ୍ ବ୍ୟାଟେରି ଥିବା ‘ଭିଭୋ ୱାଇ-୩’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଚୀନ ସ୍ମାର୍ଟଫୋନ କମ୍ପାନୀ ଭିଭୋ ରବିବାର ଚୀନରେ ତାର ନୂଆ ସ୍ମାର୍ଟଫୋନ ‘ଭିଭୋ ୱାଇ-୩’ର ବଜାର ପ୍ରବଶେ କରିଛି। ଏଥିରେ ଆପଣଙ୍କୁ ଟ୍ରିପଲ ରିୟର କ୍ୟାମେରା ସହିତ ମିଡିଆଟେକର ଅକ୍ଟାକୋର ପ୍ରୋସେସର ମିଳିବ। ସବୁଠାରୁ ଖାସ କଥା ହେଉଛି ଏଥିରେ ୫ହଜାର ଏମ୍ଏଚ୍ ବ୍ୟାଟେରୀ ଦିଆଯାଇଛି। କ୍ଷ ଫୋନରେ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ଫନଟଚ୍ ଓଏସ-୯ ଦିଆଯାଇଛି। ଏହାବ୍ୟତୀତ ଏହି ଫୋନରେ ୬.୩୫ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରିହିଛି। ଯାହାର ରିଜୋଲ୍ୟୁସନ ୭୨୦/୧୫୪୪ପିକ୍ସଲ । ଫୋନରେ ଆପଣ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ପାଇପାରିବେ। ଏଥିରେ ମିଡ଼ିଆଟେକର ପି-୩୫ପ୍ରୋସେସର, ୪ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ଼ ସାହାର୍ୟ୍ୟରେ ୨୫୬ଜିବି ପର୍ୟ୍ୟନ୍ତ ବଢାଇପାରିବେ।

pic courtesy-akket

ଭିଭୋ ୱାଇ-୩ର କ୍ୟାମେରା
ଫୋନର କ୍ୟାମେରା ବିଷୟରେ କହିଲେ ଫୋନରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲର ଅଫର୍ଚର ଏଫ୍/୨.୨ ରହିଛି। ଦ୍ବିତୀୟ କ୍ୟାମେରାଟି ୮ମେଗାପିକ୍ସେଲର ୱାଇଣ୍ଡ ଆଙ୍ଗଲ ଲେନ୍ସ ଥିବା ରହିଛି। ସେହିଭଳି ତୃତୀୟ କ୍ୟାମେରାଟି ୨ମେଗାପିକ୍ସେଲର ଡେପ୍ଥ ଲେନ୍ସ ଥିବା ରହିଛି। ଏଥିରେ ୧୬ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି।
ଏହି ଫୋନରେ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କଲାଭଳି ୫ହଜାର ଏମ୍ଏଚ୍ ବ୍ୟାଟେରି ଦିଆଯାଇଛି। ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ, ମାଇକ୍ରୋ ୟୁଏସବି ଏବଂ ୩.୫ଏମ୍ଏମ୍ ହେଡପୋନ ଜ୍ୟାକ୍ ରହିଛି। ଫୋନରେ ଆପାଣ ଟିପଚିହ୍ନ ସେନସର ମଧ୍ୟ ପାଇପାରିବେ। ଏହାର ୪ଜିବି ରାମ/୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧୫ହଜାର ୨୦୦ଟଙ୍କା।

Comments are closed.