ଆଇପିଏଲ ନିଲାମ-୨୦୨୦ : ଏପର୍ଯ୍ୟନ୍ତ ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ଟଙ୍କାରେ କିଣା ହେଲେ କମିନ୍ସ

କୋଲକାତା : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)- ୨୦୨୦ ସଂସ୍କରଣ ନିମନ୍ତେ ଗୁରୁବାର କୋଲକାତାରେ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆଇପିଏଲର ୧୩ତମ ସଂସ୍କରଣ। ଏପର୍ଯ୍ୟନ୍ତ ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ଟଙ୍କାରେ କିଣା ହୋଇ ରେକର୍ଡ ସୃଷ୍ଟି କରିଛନ୍ତି ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ। କମିନ୍ସଙ୍କୁ କୋଲକାତା ନାଇଟ ରାଇଡରସ୍(କେକେଆର) ୧୫.୫କୋଟି ଟଙ୍କାରେ କିଣିଛି।

pic courtesy-DNA
pic courtesy-The telegraph

ସେହିଭଳି ଇଂଲଣ୍ଡର ଇଅନ ମୋର୍ଗାନଙ୍କୁ ୫କୋଟି ୨୫ଲକ୍ଷରେ କୋଲକାତା କିଣିଥିବାବେଳେ ଇଂଳଣ୍ଡର ଜେସନ ରୟଙ୍କୁ ୧କୋଟି ୫୦ଲକ୍ଷ ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ, ଭାରତର ରବୀନ ଉଥାପ୍ପାଙ୍କୁ ୩କୋଟିରେ ରାଜସ୍ଥାନ ରୟାଲ୍ସ, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚଙ୍କୁ ୪.୪କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜସ୍ ବାଙ୍ଗାଲୋର(ଆରସିବି), ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସୱେଲଙ୍କୁ ୧୦.୭୫କୋଟି ଟଙ୍କାରେ କିଙ୍ଗସ୍ ଏକାଦସ ପଞ୍ଜାବ, ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନଙ୍କୁ ୫.୫କୋଟି ଟଙ୍କାରେ ଚେନ୍ନଇ ସୁପର କିଙ୍ଗସ୍, ନାଥନ କୁଲଟରନାଏଲଙ୍କୁ ୮କୋଟିରେ ମୁମ୍ବଇ ଇଣ୍ଡିଆନ୍ସ, ପିୟୁଷ ଚାୱଲାଙ୍କୁ ୬.୫କୋଟିରେ ଚେନ୍ନଇ ସୁପର କିଙ୍ଗସ୍, ୱେଷ୍ଟଇଣ୍ଡିଜର କଟ୍ରେଲଙ୍କୁ ୮.୫କୋଟି ଟଙ୍କାରେ କିଙ୍ଗସ୍ ଏକାଦସ ପଞ୍ଜାବ ଏବଂ ଦକ୍ଷିଣ ଆଫ୍ରିକାର କ୍ରିସ୍ ମୋରିସଙ୍କୁ ୧୦କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜସ୍ ବାଙ୍ଗାଲୋର(ଆରସିବି) କିଣିଥିବା ସୂଚନା ମିଳିଛି।

ଚେତେଶ୍ବର ପୂଜାରା  ଓ ହନୁମାନ ବାହାରୀଙ୍କୁ କୌଣସି ଦଳ କିଣି ନଥିବା ଜଣାପଡିଛି।

 

image courtesy – The Indian Express
pic courtesy-twitter

Comments are closed.