ଚୌଦ୍ୱାରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ

ଚୌଦ୍ୱାର : ବିବେକାନନ୍ଦ ସେବା ସମିତି ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୯ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ସମିତି ସଭାପତି ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଆଗ୍ରାହାଟ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିର ପ୍ରାଙ୍ଗଣରେ କୋଭିଡ଼ କଟକଣା ମଧ୍ୟରେ ଅନୁଷ୍ଠିତ ସଭାରେ ଚୌଦ୍ୱାର ସାହିତ୍ୟ ସଂସଦର ସଭାପତି ବିଶ୍ୱକଲ୍ୟାଣ ଦାସ ଓ ସାହିତ୍ୟିକ ତଥା ସ୍ତମ୍ଭକାର ଦିବ୍ୟଜ୍ୟୋତି ପାଣି ଅତିଥି ଭାବେ ଯୋଗ ଦେଇ ବିବେକାନନ୍ଦଙ୍କ ଜୀବନ ଦର୍ଶନ ସଂପର୍କରେ ଆଲୋଚନା କରିଥିଲେ । ଆଧ୍ୟାତ୍ମିକତା ହେଉଛି ସର୍ବାଙ୍ଗୀନ ବିକାଶର ଦିଗ ଏବଂ ବିଶ୍ୱ ଆଧ୍ୟାତ୍ମିକ କ୍ଷେତ୍ରକୁ ବିବେକାନନ୍ଦଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ପ୍ରକାଶକରି ପ୍ରତ୍ୟେକ ବ୍ୟକ୍ତି ଆଧ୍ୟାତ୍ମିକ ଦିଗ ଉପରେ ଗୁରୁତ୍ୱ ଦେଲେ ଏକ ସୁସ୍ଥ ଏବଂ ଶିନ୍ତିପୂର୍ଣ୍ଣ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମିତି ସଂପାଦକ ସୁକାନ୍ତ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ଓ ସଂଯୋଜକ ଅକ୍ଷୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। କିଶୋର କୁମାର ମହାନ୍ତି, ଉତ୍ତମ ଚରଣ ସ୍ୱାଇଁ, ଯଦୁମଣି ବେହେରା, ଦେବାଶିଷ ମହାନ୍ତି, ଅଜୟ ମହାପାତ୍ର, କିଶୋର ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଡ. ରାଧାନାଥ ରଥ ସେବା ସମ୍ମାନ ପ୍ରାପ୍ତ ବିଶିଷ୍ଟ ସମାଜସେବୀ ଦାମୋଦର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପାଞ୍ଚ ଜଣ ଅସହାୟ ମହିଳାଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ମା’ କାଳୀ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ବିରେନ୍ଦ୍ର ଦାସ ବିବେକାନନ୍ଦ ସମିତି ମାଧ୍ୟମରେ ରାମକୃଷ୍ଣ ମିଶନ୍କୁ ୫ହଜାର ଟଙ୍କା ଦାନ କରିଥିବାରୁ ସମିତି ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।
ସ୍ୱାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଉତ୍କଳ ପୂଜନ ପରିଷଦ ସଭାପତି କୈଳାସ ଚନ୍ଦ୍ର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ମାନସ କୁମାର ସାହୁ, ହରିହର ସାହୁ, ସ୍ମୃତି ରଞ୍ଜନ ପୃଷ୍ଟି, ପଲ୍ଲବୀ ସାହୁ, ଜୟଶ୍ରୀ ସାହୁ, ଦିପ୍ତିମୟୀ ବେହେରା, ରଶ୍ମିତା ନାୟକ, ଦିପ୍ତି ରଞ୍ଜନ ସାହୁ ପ୍ରମୁଖ ବିବେକାନ୍ଦଙ୍କ ଜୀବନୀ ଆଲୋଚନା କରିଥିଲେ। ରାଜେଶ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.