ଗୋପାଳପୁର ବେଳାଭୂମିରେ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ପାଳିତ

ଗୋପାଳପୁର : ଗୋପାଳପୁର ବେଳାଭୂମିରେ “ଜାତୀୟ ଯୁବକ ଦିବସ” ଏବଂ “ବିବେକାନନ୍ଦ ଜୟନ୍ତୀ” ବ୍ରହ୍ମପୁର ସ୍ଥିତ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ, ତରଫରୁ ଆଜି ପାଳିତ ହୋଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମ୍ବୃତା କୁଲାଙ୍ଗେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଏନ୍‌ଏସି ପ୍ରଶାସନ ଅଧିକାରୀ ଭି. କିର୍ତିଭାସନ୍, ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ଶ୍ରମିକ ବୋର୍ଡ ର ଚ୍ୟାୟାରମେନ୍ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ବିଡ଼ିଏ ଅଧକ୍ଷ ସୁବାଷ ମହାରଣା, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ଶଙ୍କର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।  ମୁଖ୍ୟ ଅତିଥି ବିବେକାନନ୍ଦଙ୍କ ମୁର୍ତ୍ତିରେ ପୁଷ୍ପମାଲ୍ୟ ଏବଂ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ  ଯୁବକର କୌଣସି ବୟସ ସୀମା ନଥାଏ। ଯୁବକ ହେଉଛି ଏକ ମାନସିକତା ଓ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୁବା ରହି କାମ କରିବାକୁ ପଡ଼ିବ। ଅଭ୍ୟାସ ପରିବର୍ତ୍ତନ କରିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଗେଂ ପ୍ରକାଶ କରିବା ସହ ଗୋପାଳପୁରକୁ ସରସ, ସୁନ୍ଦର, ସ୍ଵଚ୍ଛ ଓ ସମୃଦ୍ଧ କରିବାପାଇଁ ସମସ୍ତ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ସ୍ୱଚ୍ଛ ଗୋପାଳପୁରର ଡାକରା ଦେବା ସଂଗେସଂଗେ ସେ ଗୋପାଳପୁର ବେଳାଭୂମିକୁ ସ୍ୱଚ୍ଛ ରଖିବା ସହ ପଲିଥିନ୍ ମୁକ୍ତ ପାଇଁ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କୁ ଅନୁରୋଧ କରିଥିଲେ । ସଭା ପରେ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ର ଛାତ୍ର ଛାତ୍ରୀ, ଗୋପାଳପୁର ଏନଏସି କର୍ମଚାରୀ ଏବଂ ଅତିଥିଙ୍କ ପକ୍ଷରୁ ଗୋପାଳପୁର ବେଳାଭୂମି ସଫେଇ କରାଯାଇଥିଲା । ସଫେଇ କାର୍ଯ୍ୟକ୍ରମ ପରେ ବେଳାଭୂମି ପରିସରରେ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ଛାତ୍ରଛାତ୍ରୀଙ୍କ ଦ୍ୱାରା ତିଆରି ହୋଇଥିବା ଫୋଟଚିତ୍ର ସହ ବାଲୁକା କଳା ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ କଳାକୃତିକୁ ପ୍ରସଂଶା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ରୋଲାଣ୍ଡ କଲେଜ ଗ୍ରୁପ ର ସେକ୍ରେଟାରୀ ପ୍ରଶାନ୍ତ ପତ୍ର, କଙ୍କୋରଡା କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼. ହରିକୃଷ୍ଣ ନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସର ପରିଚାଳନା କମିଟି ସଦସ୍ୟ ଦୀପକ ସିଂ, ନିହାର ଚୌଧୁରୀ,  କ୍ରିଷ୍ଣା ନିଶାଙ୍କୋ,  ଡ଼ି. ଜଗନ୍ନାଥ,  ଭାସ୍କର ପଣ୍ଡା ଏବଂ ଅଧ୍ୟକ୍ଷ ଉଜ୍ୱଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ଓ ଆୟୋଜିତ କାର୍ଯ୍ୟକ୍ରମକୁ ଆଦିତ୍ୟ ପ୍ରତାପ ନାୟକ ପରିଚାଳନା କରିଥିଲେ। ବେଳା ଭୂମିରେ କଲେଜର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିବେକାନନ୍ଦଙ୍କ ବାଲୁକା କୃତି କରାଯାଇଥିଲା। ଏହି ଅବସରରେ ଶେରଗଡ଼ର ସନ୍ତୋଷ କୁମାର ରଣାଙ୍କୁ  ପ୍ରହଲ୍ଲାଦ ନାଟକ କଳା ବଞ୍ଚାଇ ରଖିଥିବାରୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।

Comments are closed.