ଭିଟାମିନ୍-ଇ ତେଲର ଉପକାରିତା

ଆମ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଭିଟାମିନ୍ ଇ ତେଲ ଖୁବ୍ ହିତକାରୀ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ରୂପଚର୍ଯ୍ୟାରେ ପ୍ରତ୍ୟହ ଭିଟାମିନ୍ ଇ ତେଲର ବ୍ୟବହାର କଲେ ତାହାର ଉତ୍ତମ ପ୍ରଭାବ ପଡ଼େ। ଆଣ୍ଟି-ଅକ୍ସିଡାଣ୍ଟ ଭରୂପର ଏହି ତେଲ ତ୍ବଚାର ରଙ୍ଗ ସଫା କରିବାରେ ମଧ୍ୟ ସହାୟକ ହୋଇଥାଏ।

ତ୍ବଚାର କୋମଳତା ନିମନ୍ତେ ଭିଟାମିନ୍ ଇ-ତେଲ ମାଲିସ୍ କରିବା ଅତି ଉତ୍ତମ। ୨ ମିନିଟ୍ ମାଲିସ୍ କରିବା ପରେ ତ୍ବଚାକୁ ନଖ ଉଷୁମ ପାଣିରେ ଧୋଇ ମଏଶ୍ଚରାଇଜର୍ ପ୍ରୟୋଗ କରନ୍ତୁ।

୧ ଚାମଚ ବାଦାମ ତେଲରେ ଅଧ ଚାମଚ ଭିଟାମିନ୍ ଇ-ତେଲ ମିଶାଇ ଆଖି ଚାରିପାଖେ ମାଲିସ୍ କଲେ, କଳାଦାଗ ୧ ମାସ ମଧ୍ୟରେ ଦୂର ହୋଇଥାଏ।

ଘନ କେଶ ନିମନ୍ତେ ମଧ୍ୟ ଭିଟାମିନ୍ ଇ-ତେଲ ଖୁବ୍ ଲାଭକାରୀ। କେଶର ଘନତ୍ବ ବଢ଼ାଇବା ନିମନ୍ତେ କେଶମୂଳରେ ଭିଟାମିନ୍ ଇ ତେଲକୁ ନଖଉଷୁମ କରି ମାଲିସ୍ କରନ୍ତୁ। ୨୦ ମିନିଟ୍ ପରେ ଶ୍ୟାମ୍ପୁ କରିନିଅନ୍ତୁ।

ଭ୍ରୂ’ର ଘନତ୍ବ ବଢ଼ାଇବା ପାଇଁ ମଧ୍ୟ ନିୟମିତ ଭିଟାମିନ୍ ଇ-ତେଲକୁ ମାଲିସ୍ କଲେ ଲାଭ ମିଳେ।

Comments are closed.