କରୋନା ସମୟରେ ଭିଟାମିନ୍ର ଆବଶ୍ୟକତା

ବିଶେଷଜ୍ଞ ଦଳ ରୀତିମତ ଅନୁଧ୍ୟାନ କରିଚାଲିଛନ୍ତି। ଗବେଷଣାରୁ ମିଳୁଥିବା ତଥ୍ୟକୁ ଜନସାଧାରଣଙ୍କୁ ମଧ୍ୟ ଗଣମାଧ୍ୟମ ଓ ସୋସିଆଲ୍ ସାଇଟ୍ ଜରିଆରେ ଅବଗତ କରାଯାଉଛି। କରୋନା ଭୟରେ ଲୋକେ ଆତଙ୍କିତ ଥିବାବେଳେ ସବୁଠୁ ଅଧିକ ପ୍ରାଥମିକତା ଖାଦ୍ୟପାନୀୟ ଉପରେ ଦିଆଯାଉଛି। ନିକଟରେ ହୋଇଥିବା ଅନୁଧ୍ୟାନ ଅନୁସାରେ ଶରୀରରେ ଭିଟାମିନ୍ ଡିଜନିତ ଅଭାବ ଥିଲେ, କରୋନା ଆକ୍ରାନ୍ତ ହେବାର ଭୟ ଅଧିକ। ରୋଗ ସହ ଲଢ଼ିବାର ଉପାୟ ହେଉଛି ଘରେ ସୁରକ୍ଷିତ ଭାବେ ରହିବା ସହ ପୋଷକତତ୍ତ୍ବ ଭରପୂର ଭୋଜନ କରିବା। ଏସବୁ ସହ ନିଜ ଛାତ ଉପରେ ହେଉ କିମ୍ବା ବାଲକୋନିରେ ଯେଉଁଠାରେ ସୂଯ୍ୟକିରଣ ପଡ଼ୁଥିବ, ସେଠାରେ କିଛି ସମୟ ଚଲାବୁଲା କରିବା ଭଲ।
– ଶରୀରରେ ଭିଟାମିନ୍ ଡି ଜନିତ ଅଭାବ ଥିଲେ, ତାହାର ଲକ୍ଷଣ ମଧ୍ୟ ଜଣେ ଜାଣିପାରିବ। ଯେ କୌଣସି କାମ କଲେ ଶୀଘ୍ର ଥକା ଲାଗିବ। ଏହି ବର୍ଗର ବ୍ୟକ୍ତି ପାହାଚରେ ଶୀଘ୍ର ଚଢ଼ିପାରନ୍ତିନାହିଁ। ସାମାନ୍ୟରୁ ଅଧିକ କେଶଝଡ଼ା ହେବା ଭିଟାମିନ୍ ଡି ଜନିତ ଅଭାବର ଅନ୍ୟତମ ଲକ୍ଷଣ। ଏହାର ଅଭାବରେ ମାନସିକ ଅବସାଦ ରୋଗ ବଢ଼ିଥାଏ।
– ପିଲା ଠାରୁ ବୟସ୍କ ନିଜ ଘର ଛାତ ଉପରେ ସକାଳବେଳା କିଛି ସମୟ ଚଲାବୁଲା କରନ୍ତୁ। ସକାଳ ସମୟର ସୂର୍ଯ୍ୟରଶ୍ମି ଆମ ଶରୀର ପାଇଁ ମହୌଷଧି ପରି କାମ କରେ। ଏବେ ଦ୍ବିତୀୟ କଥା ହେଉଛି ଭିଟାମିନ୍ ଡି ଭରପୂର ଖାଦ୍ୟପାନୀୟ ନିୟମିତ ଭାବେ ଖାଇବା।
– ଛତୁ, ପାଳଙ୍ଗ ଶାଗ, ସୋୟାବିନ୍ ଇତ୍ୟାଦି ଖାଇବା ଭଲ। ଶୀତଦିନିଆ ବଜାରରେ ଏବେ କମଳା ଫଳର ଅଭାବ ନାହିଁ। ଦୈନିକ କମଳା ରସ ପିଇଲେ ଶରୀରରେ ଭିଟାମିନ୍ ଡି’ ଜନିତ ଅଭାବ ଦୂର ହୋଇଥାଏ।
– ସପ୍ତାହରେ ୩-୪ଦିନ ଅଣ୍ଡା ଖାଇପାରିବେ। ଅଣ୍ଡାର ହଳଦିଆ କେଶର ଅଂଶ ଭିଟାମିନ୍ ଡି’ର ଉତ୍ତମ ଖୋରାକ୍। ଏସବୁ ସହ ପିଲାଠାରୁ ବୟସ୍କ ଦୈନିକ ଖିର ପିଇବା ସହ ଦହି ଖାଇବା ସେମାନଙ୍କ ପାଇଁ ଭଲ।
– ବିଦେଶୀ ଥଣ୍ଡା ରାଇଜରେ ଏବେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସେଠାରେ ଶୀତର ପ୍ରକୋପ ବଢ଼ିଚାଲିଛି। ସୂର୍ଯ୍ୟକିରଣ ସଂସ୍ପର୍ଶରେ ଲୋକେ ନିୟମିତ ଭାବେ ଆସିପାରୁନାହାନ୍ତି। ଥଣ୍ଡା ପରିବେଶ କାରଣରୁ ଲୋକେ ଫ୍ରୋଜେନ୍ ପରିବା ଖାଇଥାନ୍ତି। ରୋଗପ୍ରତିରୋଧକ ଶକ୍ତି ବଢ଼ିନପାରିବା ପଛରେ ଏହା ସବୁ ମୁଖ୍ୟ କାରଣ।