ମୁକ୍ତିଲାଭ କଲା କମଲ ହାସନଙ୍କ ଚଳଚ୍ଚିତ୍ର ‘ବିଶ୍ୱରୂପମ୍‍-୨’

0

ନୂଆଦିଲ୍ଲୀ : ଅନେକ ବିବାଦ ଘେରରେ ରହିଥିବା କମଲ ହାସନଙ୍କ ଚଳଚ୍ଚିତ୍ର ‘ବିଶ୍ୱରୂପମ-୨’ ଶେଷରେ ଶୁକ୍ରବାର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଉଭୟ ପ୍ରଯୋଜନା ଏବଂ ନିର୍ଦେଶନା ଭାର ତୁଲାଇଛନ୍ତି ‘କମଲ ହାସନ’। ତିନି ବର୍ଷ ବୟସରୁ ଅଭିନୟ କରିଆସୁଥିବା କମଲ ହାସନଙ୍କର ଏହା ହେଉଛି ଶେଷ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ଉଭୟ ଆକ୍ସନ ଏବଂ ଦେଶପ୍ରେମ ଉପରେ ଆଧାରିତ ହୋଇଛି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବିଶ୍ୱରୂପ’ ର ଏହା ହେଉଛି ଦ୍ୱିତୀୟ ଭାଗ। ଏହି ଚଳଚ୍ଚିତ୍ରରେ ରାହୁଲ ବୋଷ, ପୂଜା କୁମାର , ଶେଖର କପୁର , ବହିଦା ରେହମାନ୍‍ଙ୍କ ଭଳି କଳାକାର ଅଭିନୟ କରିଥିବା ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ର ତେଲୁଗୁ ,ତାମିଲି ,ହିନ୍ଦୀ ଭଳି ତିନୋଟି ଭାଷାରେ ମୁକ୍ତିଲାଭ କରିଛି।

Leave A Reply