ୟୁରୋପୀୟ ଦେଶକୁ ବିମାନ ଚଳାଇବ ‘‘ଭିସ୍ତାରା’’

ନୂଆଦିଲ୍ଲୀ: ଟାଟା ପରିଚାଳିତ ବିମାନ ଚଳାଚଳ ସଂସ୍ଥା ‘ଭିସ୍ତାରା’ ୟୁରୋପୀୟ ଦେଶକୁ ବିମାନ ଚଳାଚଳ ଆରମ୍ଭ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଦେଶମଧ୍ୟରେ ରହିଛି ବ୍ରିଟେନ, ଜର୍ମାନ ଓ ଫ୍ରାନ୍ସ । ସରକାରୀସ୍ତର​‌ରେ ଏହି ଦେଶଗୁଡ଼ିକୁ ବିମାନ ଚଳାଚଳ ନିମନ୍ତେ ଦ୍ବିପାକ୍ଷିକ ଆଲୋଚନା ହୋଇଛି ।

ଚଳିତ ମାସ ଶେଷ ସୁଦ୍ଧା ଭାରତ ଓ ପ୍ରିଟେନ୍ ମଧ୍ୟରେ ‘ଏୟାର ବବଲ୍’ ଉଡ଼ାଣ ଆରମ୍ଭ ହେବାର ସମ୍ଭାବନା ରହିଛି । କରେନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କଟକଣା ମଧ୍ୟରେ ଆନ୍ତର୍ଜାତିକ ବିମାନ ଚଳାଚଳ ଆରମ୍ଭ ହୋଇପାରେ । ଏହା ପୂର୍ବରୁ ଜର୍ମାନ ଓ ଫ୍ରାନ୍ସ ସହ ଭାରତ ଅନୁରୂପ ବିମାନ ଚଳାଚଳ ପାଇଁ ବୁଝାମଣା ହୋଇଛି ।

ପିଟିଆଇ ସୂତ୍ରରୁ ମିିଳିଥିବ ସୂଚନା ଅନୁସାରେ ଭିସ୍ତାରା ବି୭୮୭-୯ ଆକାରର ବଡ଼ ବିମାନ ହାସଲ କରିବାକୁ ସକ୍ଷମ ହୋଇଛି। ଲଣ୍ଡନର ହିଥ୍ରୋ ବିମାନବନ୍ଦର ଯାତାୟତ ନିମନ୍ତେ ପ୍ରଥମ ସ୍ଲଟ୍ ମିଳିଛି । କିଛିଦିନ ମଧ୍ୟରେ ଦିଲ୍ଲୀ-ଲଣ୍ଡନ ବିମାନ ଚଳାଚଳ ଆରମ୍ଭ ହେବ । ଏହି ବିମାନ ସପ୍ତାହରେ ୩ ଦିନ ଚାଲିବ ।

ବିମାନର ଆକାର ବଡ଼ ହୋଇଥିବାରୁ ଏହାର ଇନ୍ଧନ ଟ୍ୟାଙ୍କ ବି ବଡ଼ ରହିଛି ଓ ଲମ୍ବା ଯାତ୍ରା ନିମନ୍ତେ ଏହା ସଫଳ ହୋଇପାରିବ । ବିସ୍ତାରା ନିକଟରେ ୪୩ଟି ବିମାନ ରହିଛି, ଯାହା ମଧ୍ୟରେ ଏ୩୨୦, ବି୭୩୭-୮୦୦ ପରି ମଧ୍ୟମ ଆକାରର ୪୧ଟି ଓ ବି୭୮୭-୯ ପରି ବଡ଼ବିମାନ ୨ଟି ଅଛି ।

Comments are closed.