ନେପାଳ ଓ ଭୁଟ୍ଟାନ ପାଇଁ ଭିସାର ବିକଳ୍ପ ତାଲିକାରେ ସାମିଲ୍‍ ହେଲା ଆଧାର

0

ନୂଆଦିଲ୍ଳୀ: ୧୫ ବର୍ଷରୁ କମ୍‍ ଓ ୬୫ ବର୍ଷରୁ ଊଦ୍ଧ୍ୱର୍ ଭାରତୀୟ ନାଗରିକମାନେ ଆଧାର ସହାୟତାରେ ନେପାଳ ଓ ଭୁଟ୍ଟାନ ଯିବା ପାଇଁ ଅନୁମତି ପାଇପାରିବେ। ଅବଶ୍ୟ ସେମାନଙ୍କ ନିକଟରେ ପାସ୍‍ପୋର୍ଟ ଥିବା ଆବଶ୍ୟକ। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ପୂର୍ବରୁ ଭୋଟର ଆଇଡି ପାନ୍‍ କାର୍ଡ, ଡିଏଲ୍‍, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କାର୍ଡ ଆଦିକୁ ଭିସାର ବିକଳ୍ପ ଭାବେ ମାନ୍ୟତା ମିଳିଥିଲା ବେଳେ ଏବେ ଆଧାରକୁ ସେହି ବର୍ଗରେ ସାମିଲ୍‍ କରାଯାଇଛି। ସିକିମ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସୀମାକୁ ଲାଗିଛି ନେପାଳ। ସେହିପରି ଭୁଟ୍ଟାନ ସୀମା ଭାରତର ସିକିମ, ଅରୁଣାଚଳ ପ୍ରଦେଶ, ଆସାମ, ପଶ୍ଚିମବଙ୍ଗକୁ ଛୁଇଁଛି। ଭୁଟ୍ଟାନର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପରେ ୬୦ ହଜାର ଭାରତୀୟ କାମ କରୁଛନ୍ତି। ପ୍ରତିଦିନ ୮ ରୁ ୧୦ ହଜାର ଶ୍ରମିକ ଯିବା ଆସିବା କରୁଛନ୍ତି। ନେପାଳରେ ୬ ଲକ୍ଷ ଭାରତୀୟ ରହୁଛନ୍ତି। ତେଣୁ ଭାରତୀୟଙ୍କ ପାଇଁ ନେପାଳ ଓ ଭୁଟ୍ଟାନର ଭିସା ନିୟମ କୋହଳ କରାଯାଇଛି।

Leave A Reply