ଦେଶରେ ଉପରମୁହାଁ ସଂକ୍ରମଣ ; ଚିହ୍ନଟ ହେଲେ ୩ ,୬୮୮

ନୂଆଦିଲ୍ଲୀ : ଦେଶରେ ପୁୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩ ହଜାର ୬୮୮ ଆକ୍ରାନ୍ତ। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୭୫,୮୬୪କୁ ବୃଦ୍ଧି ହୋଇଛି। ଚିିକିତ୍ସାଧୀନ ଅବସ୍ଥାରେ ଆଉ ୫୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୨୩,୮୦୩ରେ ପହଞ୍ଚିଛି। ମୃତ୍ୟୁ ହାର ୧.୨୨%। ସେହିପରି ଆଉ ୨,୭୫୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୪,୨୫,୩୩,୩୭୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୪%। ୧୮,୬୮୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୪%। ଦିନକ ଆଗରୁ ୪,୯୬,୬୪୦ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୮୩,୭୪,୪୨,୦୨୩ ନମୁନା ପରୀକ୍ଷା କରାଯାଇଛି। ଦିନକ ଆଗରୁ ୨୨,୫୮,୦୫୯ ଟିକା ନେଇଥିବା ବେଳେ ମୋଟ ୧,୮୮,୮୯,୯୦,୯୩୫ ଟିକାକରଣ କରାଯାଇଛି। ଆଜି ମଧ୍ୟାହ୍ନ ସୁଦ୍ଧା ୧୪,୦୩,୬୦୬ ଟିକାକରଣ କରଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.