ହ୍ରାସ ପାଉଛି କରୋନା ଜନିତ ମୃତ୍ୟୁ ; ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଗତ କିଛି ଦିନ ହେବ ୧୦ମଧ୍ୟରେ ସୀମିତ ରହୁଛି। ରାଜ୍ୟରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଆକ୍ରାନ୍ତ ଆଖି ବୁଜିଲେ। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୧୭୬୫ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ, ନୟାଗଡ଼, ନୂଆପଡା ଓ ଜଗତସିଂହପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

Comments are closed.